ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିଲେ ଭାରତୀୟ ମହିଳା ଟିମ୍‌ର ପୂର୍ବତନ ଅଧିନାୟକ ତଥା ମହାନ୍‌ ବ୍ୟାଟ୍ସମ୍ୟାନ ମିତାଲି ରାଜ୍‌

0
417

ଭାରତୀୟ ମହିଳା ଟିମ୍‌ର ପୂର୍ବତନ ଅଧିନାୟକ ତଥା ମହାନ୍‌ ବ୍ୟାଟ୍ସମ୍ୟାନ ମିତାଲି ରାଜ୍‌ ସନ୍ନ୍ୟାସ ଘୋଷଣା କରିଛନ୍ତି। ୨୦୦୨ରେ କ୍ୟାରିୟର ଆରମ୍ଭ କରିଥିବା ମିତାଲି ପୂରା ଦୁଇ ଦଶନ୍ଧି ଧରି ଭାରତୀୟ କ୍ରିକେଟ୍‌ରେ ବଢ଼ିଆ ପ୍ରଦର୍ଶନ କରିଥିଲେ। କିନ୍ତୁ ବର୍ତ୍ତମାନ ସେ ଏହି ଖେଳକୁ ସବୁଦିନ ପାଇଁ ଅଲ୍‌ବିଦା କହିଛନ୍ତି।

ମିତାଲି ରାଜ୍‌ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ ପାଇଁ ୨୩୨ ଦିନିକିଆ ଏବଂ ୮୯ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏଥି ସହିତ ସେ ୧୨ ଟେଷ୍ଟ୍‍ ମ୍ୟାଚ୍‌ରେ ମଧ୍ୟ ଦେଶର ପ୍ରତିନିଧିତ୍ୱ କରିଛନ୍ତି।

ଦିନିକିଆରେ ମିତାଲି ରାଜ୍‌ ୭୮୦୫ ରନ୍‌ କରିଥିବା ବେଳେ ଟି-୨୦ରେ ୨୩୬୪ ରନ୍‌ ସଂଗ୍ରହ କରିଛନ୍ତି। ଟେଷ୍ଟ୍‍ କ୍ରିକେଟରେ ତାଙ୍କ ନାମରେ ୬୯୯ ରନ୍‌ ରହିଛି। ସେହିପରି ମିତାଲି ମୋଟ ୮ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ଦିନିକିଆରେ ସେ ୭ ଏବଂ ଟେଷ୍ଟ୍‍ ମ୍ୟାଚ୍‌ରେ ଗୋଟିଏ ଶତକ ଯୋଡ଼ିଛନ୍ତି।

Also Read  Women's Asia Cup: India outclass Pakistan to reach finals