ମାଓବାଦୀଙ୍କ ଲଙ୍କାକାଣ୍ଡ: ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ୩ ଟ୍ରାକ୍ଟର, ୨ ଟିପର ଓ ଗୋଟିଏ ଜେସିବିରେ ଲଗାଇଦେଲେ ନିଆଁ

0
402
maoists-burnt-tractor-jcb-in-odishas-kalahandi

ଧର୍ମଗଡ଼: ମାଓବାଦୀଙ୍କ ଲଙ୍କାକାଣ୍ଡ। ଜାଳିଦେଲେ ଜେସିବି, ଟିପର ଓ ଟ୍ରାକ୍ଟର । ମାଓବାଦୀମାନେ ବିଳମ୍ବିତ ରାତିରେ ଠିକାକାମରେ ନିୟୋଜିତ ଥିବା ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି । ଭବାନିପାଟଣାର ଜଣେ ଠିକାଦାରଙ୍କ ରାସ୍ତାକାମ ଚାଲିଥିବା ବେଳେ ଏଭଳି ଲଙ୍କାକାଣ୍ଡ ଭିଆଇଛନ୍ତି ମାଓବାଦୀ । ଭବାନୀପାଟଣା ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଭବାନୀପାଟଣା ସଦର ବ୍ଲକ ଯୁଗସାଇପାଟଣା ପୋଖରୀ ଘାଟି ମାନସ୍କାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ମାଓବାଦୀମାନେ ଏହାକୁ ବିରୋଧ କରି ରାସ୍ତା କାମରେ ନିୟୋଜିତ ଥିବା ୩ ଟ୍ରାକ୍ଟର, ୨ଟି ଟିପର ଓ ଗୋଟିଏ ଜେସିବିକୁ ଜାଳି ଦେଇଛନ୍ତି। ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ବ୍ୟାପକ ପୋଷ୍ଟର ଲଗାଯାଇଛି। ଘଟଣାସ୍ଥଳରେ ଏବେଯାଏଁ ପୋଲିସ ପହଞ୍ଚି ନଥିବା ବେଳେ ୨୦୧୮ ପରେ ମାଓ ସଂଙ୍ଗଠନର ଏହା ଏକ ବଡ଼ ହିଂସାକାଣ୍ଡ ବୋଲି ସୂଚନା ରହିଛି।

Also Read  କମିଶନରେଟ ପୋଲିସର କଳାକାଚ କ୍ଳିନ୍ ଅଭିଯାନ: କାରରେ ଲାଗିବନି କଳା କାଚ, ଲାଗିଲେ ଗଣିବେ ୫୦୦ ଟଙ୍କା ତଣ୍ଡ