ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲ୍

0
400
former haryana-cm-op-chautala-gets-4-years-in-jail

ନୂଆଦିଲ୍ଲୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପି ଚୌତାଲାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଓ ୫୦ ଲକ୍ଷ ଟଙ୍କାର ଆର୍ଥିକ ଜରିମାନାରେ ଦଣ୍ଡିତ କରିଛନ୍ତି। ଶାରୀରିକ ଅକ୍ଷମତା କାରଣରୁ ସମବେଦନା ଜଣାଇବା ପାଇଁ ଚୌତାଲାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିନାହାଁନ୍ତି। ହେଲି ରୋଡ୍, ପଞ୍ଚକୁଲା, ଗୁରୁଗ୍ରାମ, ଅସୋଲାରେ ଥିବା ଚୌତାଲାଙ୍କ ସମ୍ପତ୍ତି ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦଣ୍ଡାଦେଶ ପରେ ତାଙ୍କୁ ଗିରଫ କରାଯାଇଛି। ଦଣ୍ଡାଦେଶ ସମୟରେ ତାଙ୍କ ପୁଅ ଅଭୟ ଚୌତାଲା ଏବଂ ନାତି ଅର୍ଜୁନ ଏବଂ କର୍ଣ୍ଣ ଚୌତାଲା ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ। ଏହି ରାୟ ବିରୋଧରେ ସେ ହାଇକୋର୍ଟ ଯିବେ ବୋଲି ଅଭୟ ଚୌତାଲା କହିଛନ୍ତି।

ଏହି ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଗୁରୁବାର ଦିନ ରାୟ ସଂରକ୍ଷିତ ରଖିଥିଲେ। ଚୌତାଲାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ସେ ଶାରିରୀକ ଭାବେ ୬୦ ପ୍ରତିଶତ ଅକ୍ଷମ । ଏହର ପ୍ରମାଣପତ୍ର ମଧ୍ୟ ଅଛି । କିନ୍ତୁ ଏବେ ସେ ୯୦ ପ୍ରତିଶତ ଅକ୍ଷମ ହୋଇଯାଇଛନ୍ତି। ସେ ପ୍ରାୟ ଅସୁସ୍ଥ ରହୁଛନ୍ତି ଏବଂ ନିଜର ପୋଷାକ ମଧ୍ୟ ବଦଳାଇବାକୁ ସେ ଅସମର୍ଥ | କିନ୍ତୁ ଶାରିରୀକ ଅକ୍ଷମତା ଆଧାରରେ ଦଣ୍ଡାଦେଶ କୋହଳ କରିବାକୁ ଚୌତାଲାଙ୍କ ନିବେଦନ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦଣ୍ଡାଦେଶ କୋହଳ କରାଗଲେ ଏକ ଭୁଲ୍ ବାର୍ତ୍ତା ଯିବ ବୋଲି ସିବିଆଇ କହିଥିଲା ।

ଏହାପୂର୍ବରୁ ଚୌତାଲାଙ୍କୁ ଜୁନିୟର ଶିକ୍ଷକଙ୍କ ନିଯୁକ୍ତି ମାମଲାରେ ମଧ୍ୟ ଜେଲ ଦଣ୍ଡାଦେଶ ହୋଇଥିଲା। ଜେଲରେ ରହି ଚୌତାଲା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇ ପାସ୍ କରିଥିଲେ |

୨୦୦୫ରେ କଂଗ୍ରେସ ନେତା ଶମଶେର ସିଂହ ସୁରଜେୱାଲାଙ୍କ ଅଭିଯୋଗ କ୍ରମେ ଚୌତାଲାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ମାମଲା ରୁଜୁ କରିଥିଲା ସିବିଆଇ। ସିବିଆଇ ଚାର୍ଜସିଟରେ କୁହାଯାଇଥିଲା ​​ଯେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଓପି ଚୌତାଲାଙ୍କ ସମ୍ପତ୍ତି ୩.୨୨ କୋଟିରୁ ହଠାତ୍ ୩୩୮.୨୭ ପ୍ରତିଶତ ବୃଦ୍ଧି ପାଇଥିଲା | ୨୦୧୯ ଡିସେମ୍ବର ୪ରେ ଇଡି ମଧ୍ୟ ଚୌତାଲାଙ୍କ ତେଜାଖେଡା ଫାର୍ମ ହାଉସର କିଛି ସମ୍ପତ୍ତି ଜବତ କରିଥିଲା।

Also Read  No result from Talks between farmers & officials in Karnal