ରଥଖଳା ହାଲଚାଲ: ତିନିରଥର ୪୦ଟି ଚକ ନିର୍ମାଣ ଶେଷ, ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ

0
7736

ପୁରୀ: ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି । ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୪୦ଟି ଚକ ନିର୍ମାଣ ଶେଷ ସରିଛି । ମୁହାଣ୍ଟ, ନିରାଡ଼ି ଓ ଭୂଇଁ ଚଉପଟ କାମ ବି ଶେଷ ହୋଇଛି। ଏହାପରେ ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି।

ତିନିରଥର ନିର୍ମାଣ ମହାରଣାମାନେ ୫ ଗୋଟି ଚାରିନାହାକ ଚଉପଟ ସହ ସେଗୁଡ଼ିକର ଆଠ ଅଂଶି ବା ଆଠ କୋଣିର ନିର୍ମାଣ ଶେଷ କରିଛନ୍ତି । ଏହାସହ ଧଉରା କାଠର ପୋଲଗୟଳ ବିରଟ କାମ ଦୋଳବେଦୀଠାରେ କରତି ସେବକ ମାନେ ଆରମ୍ଭ କରିଛନ୍ତି । ତିନି ରଥର ରୂପକାର ସେବକମାନେ ଗାଲଗୁଜ ଏବଂ ତିଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି ।

Also Read  ପୁଣି ଚମକିଲେ ଟିମ୍‌ ଇଣ୍ଡିଆ ବୋଲର, ୨୬୦ ରନର ଟାର୍ଗେଟ ଦେଲା ଇଂଲଣ୍ଡ, ହାର୍ଦ୍ଦିଙ୍କୁ ୪ ୱିକେଟ