ରଥଖଳା ହାଲଚାଲ: ତିନିରଥର ୪୦ଟି ଚକ ନିର୍ମାଣ ଶେଷ, ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ

0
7629

ପୁରୀ: ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି । ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୪୦ଟି ଚକ ନିର୍ମାଣ ଶେଷ ସରିଛି । ମୁହାଣ୍ଟ, ନିରାଡ଼ି ଓ ଭୂଇଁ ଚଉପଟ କାମ ବି ଶେଷ ହୋଇଛି। ଏହାପରେ ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି।

ତିନିରଥର ନିର୍ମାଣ ମହାରଣାମାନେ ୫ ଗୋଟି ଚାରିନାହାକ ଚଉପଟ ସହ ସେଗୁଡ଼ିକର ଆଠ ଅଂଶି ବା ଆଠ କୋଣିର ନିର୍ମାଣ ଶେଷ କରିଛନ୍ତି । ଏହାସହ ଧଉରା କାଠର ପୋଲଗୟଳ ବିରଟ କାମ ଦୋଳବେଦୀଠାରେ କରତି ସେବକ ମାନେ ଆରମ୍ଭ କରିଛନ୍ତି । ତିନି ରଥର ରୂପକାର ସେବକମାନେ ଗାଲଗୁଜ ଏବଂ ତିଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି ।

Also Read  ଓଡ଼ିଶାର ସୁନା ପୁଅଙ୍କୁ ମିଳିଲା ବଡ଼ ସମ୍ମାନ, ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

LEAVE A REPLY

Please enter your comment!
Please enter your name here