ରାଜଧାନୀରେ ଲଜ୍ଜା: ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ

0
550
Odisha Medical Student Gang-Rape Case: 3 Arrested So Far, 2 Absconded
Odisha Medical Student Gang-Rape Case: 3 Arrested So Far, 2 Absconded

ଭୁବନେଶ୍ୱର :ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ଅପରାଧ ଆଉ ବଢିଚାଲିଛି ଅପରାଧୀଙ୍କ ସଂଖ୍ୟା। ଦିନ ଦିପହରରେ ଲୁଟ ତରାଜରୁ ନେଇ ହତ୍ୟାକାଣ୍ଡ ଘଟିଚାଲିଥିବା ବେଳେ ଏବେ ପୁଣି ଆଉ ଏକ ଅପରାଧ ସାମନାକୁ ଆସିଛି। ଜଣେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ । ରାଜଧାନୀ ଭୁବନେଶ୍ୱରରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ସହକାରୀ ମହିଳା ପ୍ରଫେସର ଏଭଳି ଅଭିଯୋଗ ଆଣିଛନ୍ତି । ମହିଳା ପ୍ରଫେସରଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି ।

ଅଭିଯୋଗ ଅନୁସାରେ, ଦୁଷ୍କର୍ମ କରିବା ସହ ବ୍ଲାକମେଲିଂ କରି ମହିଳା ପ୍ରଫେସରଙ୍କୁ ଟଙ୍କା ମାଗୁଥିଲା ଅଭିଯୁକ୍ତ। ଏନେଇ ମହିଳା ପ୍ରଫେସର ଛତିଶଗଡ଼ର କବୀରନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଛତିଶଗଡ଼ ପୋଲିସର ନିର୍ଦ୍ଦେଶରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି। ଜିରୋ FIRରେ ମାମଲା ରୁଜୁ କରି ଖଣ୍ଡଗିରି ପୋଲିସର ତଦନ୍ତ ଆରମ୍ଭ କରିଛି।

Also Read  ରୋଷଘରେ ଚୁଲି ଭଙ୍ଗା ଘଟଣା: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା