ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା

0
263
Punjabi singer Sidhu Moose Wala shot dead

ଚଣ୍ଡିଗଡ଼: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନାନୁସାରେ, ମାନସର୍ ଜବାହରପୁର ଗାଁରେ ତାଙ୍କ ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୁସେୱାଲା କଂଗ୍ରେସ ଟିକେଟରେ ଗତ ବିଧାନସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ ।

ସିଦ୍ଧୁ ମୁସେୱାଲା ଅନେକ ବିବାଦ ସହିତ ମଧ୍ୟ ଜଡିତ ଥିଲେ | ଦିନକ ତଳେ ସିଦ୍ଧୁ ମୁସେୱାଲାଙ୍କ ସୁରକ୍ଷା ପଞ୍ଜାବ ସରକାର ପ୍ରତ୍ୟାହାର କରିଦେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ତିନିଜଣ ଅଜ୍ଞାତ ଆକ୍ରମଣକାରୀ ଆସି ସିଦ୍ଧୁଙ୍କ ଉପରେ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Also Read  ପୁରୀ ଏସପିଙ୍କୁ ମିଳିତ ଭାବେ ଭେଟିଲେ ଚିତ୍ତରଞ୍ଜନଙ୍କ ପରିବାର ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ