ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପ୍ରଧାନ ବିଚାରପତିଙ୍କ ନିର୍ଦ୍ଦେଶ ନହେଲେ ଶୁଣାଣି ପାଇଁ ମନାକଲେ ଖଣ୍ଡପୀଠ

0
379
SC issue-notice-to-uttar-pradesh-government on-bulldozer-drive

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାର ଶୀଗ୍ର ଶୁଣାଣି ପାଇଁ ମନା କରିଦେଇଛନ୍ତି। ଗତକାଲି ଏହି ମାମଲାର ଶୁଣାଣି ହେଉଥିଲା । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବି.ଆର୍. ଗଭାଇ ଓ ଜଷ୍ଟିସ ହିମା ‌କୋହଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ତ୍ୱରିତ ଆକାରରେ କରିପାରିବୁ ନାହିଁ ବୋଲି କହିଥିଲେ । ତେଣୁ ପ୍ରଧାନ ବିଚାରପତି ଏନ. ଭି ରମନ୍ନା ମାମଲାର ଆବଣ୍ଟନ ନକରିବା ଯାଏ ଏହି ଖଣ୍ଡପୀଠ ଶୁଣାଣି କରିବା ସମ୍ଭବ ପର ନୁହେଁ ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦୁଇଟି ସ୍ପେଶାଲ ଲିଭ ପିଟିସନ ଦାଖଲ ହୋଇଥିଲା । ଏହାର ଶୁଣାଣି ପାଇଁ ରାଜି ହୋଇଥିଲେ ଖଣ୍ଡପୀଠ। ଏହି ପିଟିସନରେ କୁହାଯାଇଥିଲା ଯେଉଁ କାମ ହେଉଛି ତାହା ବେଆଇନ। ପ୍ରକଳ୍ପରେ ବେଆଇନ ନିର୍ମାଣ ଜାରି ରହିଛି। ଏଣୁ ମାମଲାର ତ୍ୱରିତ ଶୁଣାଣି କରାଯିବାର ଆବଶ୍ୟକତା ରହିଛି ବୋଲି ଦାବି ହୋଇଥିଲା। ହେଲେ କୋର୍ଟ ତ୍ୱରିତ ଶୁଣାଣି ପାଇଁ ମନା କରି ଦେଇଥିଲେ । ଦୁଇଟି ଆବେଦନକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଡ ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ । ତାଙ୍କ ପାଇଁ ଆଇନଜୀବୀ ମହ‌ାଲକ୍ଷ୍ମୀ ପାଭାନୀ ମାମଲା କେସ ଲଢୁଥିଲେ। ଖଣ୍ଡପୀଠ କହିଛନ୍ତି ଅନେକ ଟେକ୍ନିକାଲ ଦିଗ ରହିଛି । ଏ ଦିଗରେ ଶୁଣାଣି କରିବାକୁ ହେଲେ ପ୍ରଧାନ ବିଚାରପତିଙ୍କ ଅନୁମତି ଆବଶ୍ୟକ ।

Also Read  କୋରାପୁଟର ଗୁପ୍ତେଶ୍ବରରୁ କଲରାପତରିଆ ବାଘଛାଲ ଜବତ, ବେପାରୀ ଗିରଫ