ଜୁନରେ ସ୍ୱାଭାବିକଠୁ ଟିକିଏ ଅଧିକ ବର୍ଷା ହେବ: ଆଇଏମଡି

0
114
Heavy rainfall alert for odisha

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ପୂର୍ବାନୁମାନ କରିଛି ଯେ ଚଳିତ ବର୍ଷ ଜୁନ୍ ମାସରେ ସାରା ଦେଶରେ ବର୍ଷା ସ୍ୱାଭାବିକ ହେବ । ଆଗାମୀ ଚାରି ମାସ (ଜୁନରୁ ସେପ୍ଟେମ୍ବର) ମଧ୍ୟରେ ମୌସୁମୀ ବର୍ଷା ହାରାହାରି (ଏଲପିଏ)ର 103% ହେବ ବୋଲି ସମ୍ଭାବନା ରହିଛି। ତେବେ ଜୁନ୍ ମାସରେ ଓଡ଼ିଶାର ଅନେକ ସ୍ଥାନରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ରହିବ ଯାହା ରାଜ୍ୟରେ କୃଷି କାମରେ ସହାୟକ ହେବ। ଏବଂ ଚାଷୀ କୂଳଙ୍କୁ ସୁହାଇବ ବୋଲି ଜଣାପଡିଛି ।

ଜୁଲାଇ ଓ ଅଗଷ୍ଟ ମାସରେ କେତେ ପରିମାଣର ବର୍ଷା ହେବ ସେନେଇ କୌଣସି ପୂର୍ବାନୁମାନ କରାଯାଇନାହିଁ। ଦକ୍ଷିଣବର୍ତୀ ଜିଲ୍ଲାଗୁଡିକରେ ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ କେନ୍ଦ୍ରୀୟ ଓଡିଶା ଓ ଉତର ଓଡିଶାରେ ସ୍ୱାଭାବିକଠାରୁ କମ ବର୍ଷା ହୋଇପାରେ । ମୌସୁମୀ ବାୟୁ ଦକ୍ଷିଣ ଭାରତର ଅଧିକାଂଶ ରାଜ୍ୟକୁ ଛୁଇଁ ସାରିଥିବାବେଳେ ସାରିଛି । ଆଗାମୀ ଦୁଇରୁ ଚାରି ଦିନ ମଧ୍ୟରେ ଉତ୍ତର-ପୂର୍ବ ଭାରତରେ ଥିବା ଆସାମ, ମେଘାଳୟ ଏବଂ ସିକିମକୁ ଛୁଇଁବ। ଏହାର ପ୍ରଭାବରେ ଲଗାଣ ବର୍ଷା ହେବ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏଯାଏ ବଙ୍ଗୋପସାଗରର ଅଧିକ ଅଞ୍ଚଳକୁ ଛୁଇଁନଥିବାରୁ ଓଡ଼ିଶାରେ ମୌସୁମୀ ପ୍ରବେଶ ନେଇ କୌଣସି ପୂର୍ବାନୁମାନ କରାଯାଇନାହିଁ। ସାଧାରଣତଃ ଜୁନ୍ 10ରୁ 12 ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥାଏ। ପ୍ରବେଶ କରିବା ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ବଙ୍ଗୋପସାଗରକୁ ଛୁଇଁଥାଏ । ସଦ୍ୟ ଆକଳନ ଅନୁଯାୟୀ, ଆସନ୍ତା 2ରୁ 3 ଦିନ ମଧ୍ୟରେ ମୌସୁମୀ କୋଙ୍କଣ ଓ କର୍ଣ୍ଣାଟକର ଅଧିକାଂଶ ଅଞ୍ଚଳ ଏବଂ ଉତ୍ତର-ପୂର୍ବାଞ୍ଚଳର କେତେକ ଅଞ୍ଚଳକୁ ଛୁଇଁବ। ଏହା ପରେ ହିଁ ମୌସୁମୀର ଅଗ୍ରଗତି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ ।

Also Read  'ସ୍କନ୍ଦ ପୁରାଣ'ର' କାଶୀ ଖଣ୍ଡ'ରେ ଉଲ୍ଲେଖ କରାଯାଇଥିବା ୧୦୦୦ ଅବହେଳିତ ମନ୍ଦିର କୁ ଚିହ୍ନଟ କରାଯିବ

LEAVE A REPLY

Please enter your comment!
Please enter your name here