ପାଣି ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଲା କାର: ଜଣେ ମୃତ, ୨ ଗୁରୁତର

0
405
Woman Dies In An Road Accident Near Gangapada, Bhubaneswar
Woman Dies In An Road Accident Near Gangapada, Bhubaneswar

ଭଦ୍ରକ: ରାସ୍ତା କଡରେ ଛିଡା ହୋଇଥିବା ପାଣି ଟ୍ୟାଙ୍କରକୁ ପଛପଟୁ ଏକ କାର ଧକ୍କା ଦେବାରୁ ଜଣକ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଜଳେଶ୍ୱର ଅଞ୍ଚଳର ମହାରାଣୀ ପ୍ରଧାନ। ୧୬ ନଂ ଜାତୀୟ ରାଜପଥ ଚରମ୍ପା ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଚରମ୍ପା ନିକଟରେ ରାସ୍ତା କଡରେ ପାଣି ଟ୍ୟାଙ୍କର ଛିଡା ହୋଇଥିଲା। ଭୁବନେଶ୍ୱର ଆଡୁ ଏକ କାର ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସ୍ୟାମ ହରାଇ ଟ୍ୟାଙ୍କର ପଛପଟୁ ଧକ୍କା ଦେଇଥିଲା। ଏପରିକି କାରର ସମ୍ମୁଖ ଭାଗ ଟ୍ୟାଙ୍କର ଭିତରକୁ ପଶି ଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି କାର ମଧ୍ୟରେ ଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି। ଅଗ୍ନିଶମ ବାହିନୀ ର ଦୀର୍ଘ ସମୟ ଅକ୍ଲାନ୍ତ ଚେଷ୍ଟା ପରେ କାର ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତରମାନେ ଜଳେଶ୍ୱର ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ଏମାନେ ଭୁବନେଶ୍ୱର ରୁ ଜଳେଶ୍ୱର କୁ ଫେରୁଥିଲା ବେଳେ ଦୂର୍ଘଟଣା ହୋଇଥିବା ଅନୁମାନ କରାଯାଉଛି।

Also Read  Bangladeshi nationals gets passports on submission of fake docs; 24 passports revoked, 5 arrested and 16 still on the run