ପଞ୍ଚଭୂତରେ ବିଲୀନ ହେଲେ କେକେ, ଅଶ୍ରୁଳ ବିଦାୟ ଜଣାଇଲେ ପ୍ରଶଂସକ ଓ ସଂଗୀତ ଜଗତ

0
614
kk-cremated-in-mumbai

ମୁମ୍ବାଇ: ସବୁ ଦିନ ପାଇଁ ନିରବି ଗଲେ ସ୍ୱରର ଯାଦୁଗର କ୍ରିଷ୍ଣ କୁମାର କୁନ୍ନଥ ଓରଫ କେକେ। ସମସ୍ତଙ୍କ ଗହଣରୁ ସେ ନେଲେ ଅଲବିଦା। ପଞ୍ଚଭୂତରେ ବିଲୀନ ହେଲେ ବଲିଉଡର ଏହି ଫେମସ ସିଙ୍ଗର। ମୁମ୍ବାଇ ବର୍ସୋବା ସ୍ଥିତ ହିନ୍ଦୁ ଶ୍ମଶାନ ଘାଟରେ ସରିଲା ତାଙ୍କ ଅନ୍ତିମ ସଂସ୍କାର। କେକେଙ୍କୁ ମୁଖାଗ୍ନି ଦେଲେ ତାଙ୍କ ପୁଅ। ଏହି ସମୟରେ ହଜାର ହଜାର ପ୍ରଶଂସକ ଓ ସଂଗୀତ ଜଗତର ସମସ୍ତ ସେଲିବ୍ରିଟି ଉପସ୍ଥିତ ରହି କେକେଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ। ଏହି ଲୋକପ୍ରିୟ ଗାୟକଙ୍କ ଅନ୍ତିମ ସଂସ୍କାର ବେଳେ ତାଙ୍କର ଅନେକ ସମସାମୟିକ କଣ୍ଠଶିଳ୍ପୀ ଓ ସଂଗୀତକାରଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।

କୋଲକାତାର ଗୁରୁଦାସ୍ କଲେଜର ନାଜରୁଲ ମଞ୍ଚରେ ମଙ୍ଗଳବାର ଏକ କନସର୍ଟରେ ଲାଇଭ୍ ଶୋ କରୁଥିବା ବେଳେ କେକେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କେକେଙ୍କୁ ୫୩ ବର୍ଷ ହୋଇଥିଲା । ତାଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଛି ବୋଲି ପ୍ରଥମେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ପୋଲିସ ମଧ୍ୟ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ କେକେଙ୍କ ମୃତ୍ୟୁ ସ୍ବାଭାବିକ କୁହାଯାଇଛି। ପ୍ରାରମ୍ଭିକ ବ୍ୟବଚ୍ଛେଦ ରିପୋର୍ଟରେ ଏହି ଗାୟକଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ସ୍ପଷ୍ଟ କରାଯାଇଛି |

Also Read  ଭୁବନେଶ୍ୱରର ନାଲକୋ ଛକ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର