ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବାକୁ ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

0
183
Varsha anubhav-family dispute

କଟକ: ଅନୁଭବଙ୍କ ଘର ଛାଡ଼ିବେ ବର୍ଷା ! ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସଡିଜେଏମ୍‌ କୋର୍ଟ । ପ୍ରତି ମାସରେ ରହଣି ପାଇଁ ବର୍ଷାକୁ ମାସିକ ୩୦ ହଜାର ଦେବେ ଅନୁଭବ । ପ୍ରତି ମାସର ୧୦ ତାରିଖ କିମ୍ବା ତା’ପୂର୍ବରୁ ୩୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବାପା, ମାଆ ଅସୁସ୍ଥ ଥିବାରୁ ଘର ଛାଡିବାକୁ ଆବେଦନ କରିଥିଲେ ଅନୁଭବ । ତାଙ୍କ ପିଟିସନକୁ ଗ୍ରହଣ କରିଛନ୍ତି କୋର୍ଟ ।

ଗତ ମାସ ୨୪ ତାରିଖରେ ଏହି ମାମଲାର ଶୁଣାଣି ଶେଷ କରି କଟକ ଏସ ଡି ଜେ ଏମ୍ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ । ନିଜ ପିଟିସନରେ ଅନୁଭବ ଉଲ୍ଲେଖ କରିଥିଲେ କି , ସେ ତାଙ୍କ ପତ୍ନୀ ବର୍ଷାଙ୍କ ପାଇଁ ଭଡା ଘରର ବ୍ୟବସ୍ଥା କରିବେ । ସେ ବାବଦୀୟ ଖର୍ଚ୍ଚକୁ ଭରଣା କରିବାକୁ ମଧ୍ୟ ସେ ରାଜି ଅଛନ୍ତି । ଯେହେତୁ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ । ତେଣୁ ତାଙ୍କ ଚିକିତ୍ସା ଲାଗି ସେମାନଙ୍କୁ ନିଜ ଘରେ ରହିବାର ଆବଶ୍ୟକତା ରହିଛି ।

Also Read  କାଳବୈଶାଖୀ ପ୍ରଭାବରେ ହିଟ୍‌ୱେଭରେ ଲାଗିବ ବ୍ରେକ; ଆଗାମୀ ୩ ଦିନ ପରେ ରାଜ୍ୟରେ ୨ ଡିଗ୍ରୀ ଯାଏ ଖସିପାରେ ତାପମାତ୍ରା

LEAVE A REPLY

Please enter your comment!
Please enter your name here