ସୁନା-ରୂପା ଦାମ୍ ଖସିଲା, ଜାଣନ୍ତୁ ଆଜିର ରେଟ୍…

0
244
Jewellery Worth 36 Lakh Stolen At Airport, Alleges Colonel's Wife
Jewellery Worth 36 Lakh Stolen At Airport, Alleges Colonel's Wife

ନୂଆଦିଲ୍ଲୀ : ମଙ୍ଗଳବାର ସୁନା ଏବଂ ରୂପା ଦାମରେ ହ୍ରାସ ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନା ଦାମ୍ ଆଜି ୨୦୫ ଟଙ୍କା ହ୍ରାସ ପାଇ ୫୦,୭୩୩ ରେ ପହଞ୍ଚି ଯାଇଛି । ଗତ ବାଣିଜ୍ୟିକ ସେସନରେ ଏହା ୫୦,୯୩୮ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହୋଇଥିଲା । ସେହିଭଳି ରୂପା ଦାମ୍ ଆଜି ୯୬୪ ଟଙ୍କା ହ୍ରାସ ପାଇ ୬୧,୫୫୫ ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ପହଞ୍ଚି ଯାଇଛି । ଗତ ସେସନରେ ରୂପା ୬୨,୫୧୯ ଟଙ୍କାରେ ବନ୍ଦ ହୋଇଥିଲା । ଏଚଡିଏଫସି ସିକ୍ୟେରିଟିଜର ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି କି ୨୪ କ୍ୟାରେଟ୍ ସୁନାର ସ୍ପଟ୍ ପ୍ରାଇସ୍ ଦିଲ୍ଲୀରେ ୨୦୫ ଟଙ୍କା ହ୍ରାସ ପାଇଛି । ଏହାର କାରଣ COMEX ଗୋଲ୍ଡ ପ୍ରାଇସରେ ରାତି ସମୟରେ ଦାମ୍ ହ୍ରାସ ପାଇଛି ।

ଅନ୍ତର୍ଜାତୀୟ ବଜାରରେ ସୁନା ଆଜି ସାମାନ୍ୟ ବୃଦ୍ଧି ପାଇ ୧୮୪୪ ଡଲାର ପ୍ରତି ଆଉନ୍ସରେ କାରବାର କରୁଥିଲା । ଯଦିଓ ରୂପା ସାମାନ୍ୟ ହ୍ରାସ ପାଇ ୨୨.୦୧ ଡଲାର ପ୍ରତି ଆଉନ୍ସରେ ଟ୍ରେଡ୍ କରୁଥିଲା । ତପନ ପଟେଲ କହିଛନ୍ତି କି ଡଲାର ଏବଂ ଆମେରିକୀୟ ବଣ୍ଡ୍ସ ୟିଲ୍ଡସରେ ମଜଭୁତି ଯୋଗୁଁ ସୁନା ଦାମ୍ ବଢୁଛି ।
ଆପଣଙ୍କୁ କହିରଖୁଛୁ ଆପଣ ଏହି ରେଟ୍ସ ସହଜରେ ଘରେ ବସି ଜାଣିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଏହି ନମ୍ବର ୮୯୫୫୬୬୪୪୩୩ରେ ମିସ୍ଡ କଲ୍ ଦେବାକୁ ହେବ ଏବଂ ଆପଣଙ୍କ ଫୋନରେ ମେସେଜ୍ ଆସିଯିବ ଯେଉଁଥିରେ ଆପଣ ଲାଟେଷ୍ଟ ରେଟ୍ସ ଚେକ୍ କରିପାରିବେ ।

Also Read  ଖସୁଛି ସଂକ୍ରମଣ, ରାଜ୍ୟରେ ୩,୦୮୬ ପଜିଟିଭ ଚିହ୍ନଟ

LEAVE A REPLY

Please enter your comment!
Please enter your name here