ଧରାପଡିଲେ ଦୁଇ ସାଇବର ଠକ, ଇନସ୍ୟୁରାନ୍ସ ଲୋନ୍ କରାଇଦେବା ବାହାନାରେ କରୁଥିଲେ ଠକେଇ

0
145

କଟକ : କଟକ ଧରାପଡିଲେ ଦୁଇ ସାଇବର ଠକ। ଇନସ୍ୟୁରାନ୍ସ ଲୋନ୍ କରାଇଦେବା ବାହାନାରେ କରୁଥିଲେ ଠକେଇ। ଗିରଫ ଅଭିଯୁକ୍ତ ହେଲେ ବିହାର ସମସ୍ତିପୁରର ମହମ୍ମଦ ସମସାଦ୍ ଉଦ୍ଦିନ ଏବଂ ମହମ୍ମଦ ଅଫତାବ ଉଦ୍ଦିନ। କଟକ ବକ୍ସିବଜାର ଅଞ୍ଚଳର ବିଜୟ କୁମାର ସିଂହଙ୍କ ଅଭିଯୋଗ ଆଧାରରେ ଗିରଫ କଲା ପୋଲିସ । ବିହାର ସମସ୍ତିପୁରର ମହମ୍ମଦ ସମସାଦ୍ ଉଦ୍ଦିନ ଏବଂ ମହମ୍ମଦ ଅଫତାବ ଉଦ୍ଦିନ ଦିଲ୍ଲୀର ଏକ କଲ ସେଣ୍ଟରରେ କାମ କରୁଥିଲେ।

ଲୋକମାନଙ୍କୁ ଫୋନ କରି ସେମାନଙ୍କ କଥାରେ ଫସାଇ ଦେଉଥିଲେ। କଟକ ବକ୍ସିବଜାର ଅଞ୍ଚଳର ବିଜୟ କୁମାର ସିଂହଙ୍କୁ ଏକ ଇନସ୍ୟୁରାନ୍ସ କମ୍ପାନୀରୁ ଲୋନ କରାଇ ଦେବେ​‌ ବୋଲି ଉଭୟ କହିଥିଲେ। ତେବେ ପର୍ଯ୍ୟାୟ କ୍ରମେ ବିଜୟଙ୍କ ଆକାଉଣ୍ଟରୁ ୧୧ ଲକ୍ଷ ୧୮ ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ଠକେଇର ଶିକାର ହୋଇଥିବା ବିଜୟ ଜାଣିବା ପରେ ମାର୍ଚ୍ଚ ୨୦୧୯ରେ ସାଇବର ଥାନାରେ ଅଭିଯୋଗ କରିଥିଲେ ।

ସାଇବର ପୋଲିସ ତଦନ୍ତ କରି ସମସ୍ତିପୁରର ମହମ୍ମଦ ସମସାଦ୍ ଉଦ୍ଦିନ ଏବଂ ମହମ୍ମଦ ଅଫତାବ ଉଦ୍ଦିନଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୭ଟି ମୋବାଇଲ ଫୋନ, ଗୋଟିଏ ଲାପଟ, ୮ଟି ସିମକାର୍ଡ, ୧୧ଟି ଏଟିଏମ୍ କାର୍ଡ, ବିଭିନ୍ନ ବ୍ୟାଙ୍କର ପାସବୁକ୍ ଓ ଚେକ ବୁକ, ପେନ ଡ୍ରାଇଭ ଓ ହାର୍ଡ ଡିସ୍କ, ଅନେକ ଲୋକଙ୍କ ତଥ୍ୟ ଜବତ କରିଛି ପୋଲିସ।

Also Read  ମମିତାଙ୍କ ପରିବାର ଲୋକଙ୍କୁ ଭେଟିଲେ ମହିଳା କମିଶନ ଟିମ୍

LEAVE A REPLY

Please enter your comment!
Please enter your name here