ଦୁଇ ଘଣ୍ଟା ପରେ କୂଅରୁ ଜୀବିତ ଉଦ୍ଧାର ହେଲେ ବୃଦ୍ଧ: ଉଦ୍ଧାର କଲା ଅଗ୍ନିଶମ ବାହିନୀ.

0
373

ବାରିପଦା: ଦୁଇ ଘଣ୍ଟାରୁ ଉର୍ଦ୍ଧ ହେବ କୂଅ ଭିତରେ ପଡ଼ିରହିଥିଲେ ଜଣେ ୭୦ବର୍ଷିୟ ବୃଦ୍ଧ। ଆଜି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛି ଅଗ୍ନିଶମ ବାହିନୀ। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସୁଲିଆପଦା ବ୍ଲକ ଧୋବଣୀ ଗାଁରେ। ଖବର ଅନୁଯାୟୀ ଆଜି ସକାଳେ ଧୋବଣୀ ଗାଁର ପ୍ରହ୍ଲାଦ ଧୋଳ ନିଜ ଘର ବାଡ଼ି କୂଅରେ ଅସାବଧାନତା କାରଣରୁ ଖସି ପଡ଼ିଥିଲେ। ଚିତ୍କାର କରିବାରୁ ପରିବାର ଲୋକେ ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତାପରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେବାରୁ ଅଗ୍ନିଶମ ବାହିନୀ ଆସି ବୃଦ୍ଧଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ବୃଦ୍ଧଙ୍କୁ ହସ୍ପିଟାଲ ପଠାଇ ଥିବାର ସୂଚନା ମିଳିଛି।

Also Read  ଆଜି ଓଡ଼ିଶା ଆସୁଛନ୍ତି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଭବ୍ୟ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି