କୂଅ ଭିତରେ ଖସିପଡ଼ିଲା ମାଙ୍କଡ; ଉଦ୍ଧାର କରିବାକୁ ଯାଇ ଜଣେ ମୃତ

0
471

କଣ୍ଟାମାଳ: ଶ୍ୱାସ ରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସୀମିଲିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଳସୀକଟା ଗ୍ରାମରେ । ଗ୍ରାମର ହିମାଂଶୁ ପ୍ରଧାନ ନିଜ ଘରେ ଥିବା ରିଙ୍ଗ କୂଅରେ ଏକ ମାଙ୍କଡ ଖସି ପଡିଥିଲା ।ସେହି ମାଙ୍କଡକୁ ଉଦ୍ଧାର କରିବା ପାଇଁ ସେହି ଗ୍ରାମର କାଳୀ ଚରଣ ବଙ୍କା ଓରଫ ଡାବୁ (୪୫) ଓ ଅନ୍ୟ ଜଣେ ହେଲେ କୀର୍ଲା ଗ୍ରାମର ଲାଲ ମୋହନ ରଣା (୫୮) ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ।

ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ତୁଳସୀକଟା ଗ୍ରାମର ହିମାଂଶୁ ପ୍ରଧାନଙ୍କ ରିଙ୍ଗ କୂଅରେ ଏକ ମାଙ୍କଡ ଖସି ପଡିଥିଲା। ହଠାତ୍ ହିମାଂଶୁଙ୍କ ପରିବାର ଲୋକେ ମାଙ୍କଡକୁ ଉଦ୍ଧାର କରିବା ପାଇଁ ଏହି ଦୁଇ ଜଣ ଶ୍ରମିକଙ୍କୁ କୂଅ ଭିତରୁ ଉଦ୍ଧାର କରିବା ପାଇଁ କହିଥିଲେ। ସେମାନେ ଉକ୍ତ ପରିବାର ଲୋକଙ୍କ କଥାରେ ରାଜି ହୋଇ କୂଅ ଭିତରକୁ ଓହ୍ଲାଇ ପଡ଼ିଥିଲେ। ଓହ୍ଲାଇ ପଡିବା ମାତ୍ରେ କୂଅ ଭିତରେ ଅଣନିଶ୍ବାସି ହୋଇ ପଡ଼ିଥିଲେ। ଖବର ପାଇବା ମାତ୍ରେ ଗ୍ରାମବାସୀ ଉକ୍ତ କୂଅ ପାଖରେ ପହଞ୍ଚି ଯାଇଥିଲେ । ତତ୍ କ୍ଷଣାତ କଣ୍ଟାମାଳ ଦମକଳ ବାହିନୀକୁ ଖବର ଦେଇଥିଲେ।

ଦମକଳ ବାହିନୀ ଆସି କୂଅରୁ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡ଼ାକ୍ତର କାଳୀଚରଣ ବଙ୍କାଙ୍କୁ ମୃତ ଘୋଷଣା କରିଥିଲେ। ଲାଲ ମୋହନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ମୃତ କାଳୀଚରଣ ବାଙ୍କଙ୍କ ପରିବାର ଅତି ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ସେବା ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ମନମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି।

Also Read  ସର୍ବଦଳୀୟ ପ୍ରାର୍ଥୀଙ୍କୁ ପରାସ୍ତକରି ପୋଟାଙ୍ଗି ଜୋନ୍ -୧ ଜିଲା ପରିଷଦ ଆସନରେ ଜିତିଲେ ସ୍ୱାଧୀନ ପ୍ରାର୍ଥୀ