୪୪,୦୭୫ କୋଟିରେ ବିକ୍ରି ହେଲା ଆଇପିଏଲ୍‌ର ମିଡିଆ ରାଇଟ୍ସ, ଜାଣନ୍ତୁ କିଏ କିଣିଲା ଏହି ରାଇଟ୍ସ…

0
378
ipl-media-rights-auction

ନୂଆଦିଲ୍ଲୀ: ଆଇପିଏଲ୍‌ ମିଡିଆ ରାଇଟ୍ସକୁ ନେଇ ନିଲାମୀ ଜାରି ରହିଛି। ସୋମବାର ଚାଲିଥିବା ମେଗା ନିଲାମୀର ଦ୍ୱିତୀୟ ଦିନରେ ୫ ବର୍ଷ ପାଇଁ ମିଡିଆ ରାଇଟ୍ସ ନିଲାମୀ ହୋଇଛି। ଏଥିରେ ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଛି ଅଧିକାର । ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଅଧିକାର ମିଳିଛି । ୨୦୨୩ ରୁ ୨୦୨୭ ପର୍ଯ୍ୟନ୍ତ ଏହି ରାଇଟ୍ସକୁ ଦୁଇଟି ଅଲଗା ଅଲଗା କମ୍ପାନୀ ୪୪,୦୭୫ କୋଟିରେ ୫ ବର୍ଷ ପାଇଁ ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ କରିବାକୁ ଅଧିକାର ମିଳିଥିବା ସୂଚନା ମିଳିଛି ।

ଅର୍ଥାତ ଆଇପିଏଲ ଆଗାମୀ ସଂସ୍କରଣର ସମସ୍ତ ଖେଳ ଟିଭି କିମ୍ବା ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ବିସିସିଆଇକୁ ଏହି ଟଙ୍କା ଦେବ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା । ଅର୍ଥାତ୍‌ ଟିଭିରେ ଆଇପିଏଲ୍‌ ଅଲଗା ଅଲଗା ଚ୍ୟାନେଲ ଏବଂ ଡିଜିଟାଲ ଆପ୍‌/େଓ୍ଵବସାଇଟରେ ଦେଖିବାକୁ ମିଳିବ। ଏହି ମିଡିଆ ରାଇଟ୍ସ ୪୧୦ଟି ମ୍ୟାଚ୍‌ ପାଇଁ ରହିଛି।

ପ୍ରଥମ ଦିନ ମିଡିଆ ରାଇଟସ୍‌ର ପ୍ୟାକେଜ-ଏ ଓ ପ୍ୟାକେଜ-ବି ପାଇଁ ନିଲାମୀ ଡକାଯାଇଥିଲା। ଏଥିରେ ଟିଭି ରାଇଟସ୍‌ ଓ ଡିଜିଟାଲ ରାଇଟସ୍ ସାମିଲ ରହିଛି। ଦୁଇଟି ପ୍ୟାକେଜ୍ ପାଇଁ ନିଲାମୀ ଡାକିବା ପୂର୍ବ ଦିନ ହିଁ ୪୩ ହଜାର କୋଟି ଟଙ୍କା ପହଁଞ୍ଚି ଯାଇଥିଲା। ଅର୍ଥାତ ଗୋଟିଏ ମ୍ୟାଚ୍‌ ପାଇଁ ମିଡିଆ ରାଇଟସ୍‌ର ମୂଲ୍ୟ ୧୦୫ କୋଟି ପାର କରିସାରିଥିଲା। ମିଡିଆ ରାଇଟସ୍‌ ପାଇଁ ରିଲାଏନ୍ସ, ଜି, ସୋନି, ଡିଜନୀ ଷ୍ଟାର ଭଳି ବଡ କମ୍ପାନୀ ନିଲାମୀରେ ସାମିଲ​‌ ହୋଇଥିଲେ। ଏମାନେ ହେଉଛନ୍ତି ସେହି କମ୍ପାନୀ,ଯାହାକି ଟିଭି ଓ ଡିଜିଟାଲ ରାଇଟସ୍‌ ପାଇଁ ନିଲାମୀରେ ସାମିଲ ହୋଇଥିଲେ।

ରିପୋର୍ଟ ମୁତାବକ, ଆଇପିଏଲ୍‌ ଟିଭି ରାଇଟ୍ସ ସୋନୀ ଏବଂ ଡିଜିଟାଲ ରାଇଟ୍ସ ଭାଏକମ୍‌(ରିଲାଏନ୍ସ) ପାଖକୁ ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଅଫିସିଆଲ ଘୋଷଣା ହୋଇନାହିଁ।ଏହା ସହ ଡିଜିଟାଲରେ ପ୍ରସାରଣ ପାଇଁ ବିସିସିଆଇ ନେବ ୪୮ କୋଟି ଟଙ୍କା । ଟିଭିରେ ଗୋଟିଏ ଖେଳ ପ୍ରସାରଣ ପାଇଁ ୫୭ କୋଟି ୫୦ ଲକ୍ଷ ଟଙ୍କା ନେବ । ଟିଭି ରାଇଟ୍ସ ପାଇଁ ବେସ୍‌ ପ୍ରାଇସ୍‌ ୪୯ କୋଟି ଥିବା ବେଳେ ଡିଜିଟାଲ ରାଇଟ୍ସ ପାଇଁ ୩୩ କୋଟି ଟଙ୍କା ବେସ୍‌ ପ୍ରାଇସ ରହିଥିଲା।

ପ୍ୟାକେଜ ବେସ୍‌ ପ୍ରାଇସ୍‌ :

ଟିଭି ରାଇଟ୍ସ ବେସ୍‌ ପ୍ରାଇସ୍‌: ୪୯ କୋଟି ପ୍ରତି ମ୍ୟାଚ
ଡିଜିଟାଲ ରାଇଟ୍ସ ବେସ୍‌ ପ୍ରାଇସ: ୩୩ କୋଟି
ପ୍ଲେଅଫ ମ୍ୟାଚ ରାଇଟ୍ସ ବେସ୍‌ ପ୍ରାଇସ୍‌: ୧୧ କୋଟି
ଓଭରସିଜ ରାଇଟ୍ସ ବେସ୍‌ ପ୍ରାଇସ : ୩ କୋଟି

Also Read  ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ, ନିରାଡମ୍ବର ଭାବେ ପାଳନ କରୁଛି ବିଜେଡି