ଟି-20 ଶ୍ରେଷ୍ଠ ୧୦ ରେ ଇଶାନ

0
215

ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶ ପାଇଥିବା ଟି୨୦ ବ୍ୟାଟ୍‌ସମ୍ୟାନ ତାଲିକାରେ ଇଶାନ କମାଲ କରିଛନ୍ତି । ଏଥିରେ ଇଶାନ କିଶନ ୬୮ଟି ସ୍ଥାନ ଉପରକୁ ଉଠି ୭ମ ସ୍ଥାନରେ ପହଞ୍ଚିଛନ୍ତି। ଈଶାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଶୃଙ୍ଖଳାରେ ୩ଟି ମ୍ୟାଚରୁ ୨ଟି ଅର୍ଦ୍ଧଶତକ ସହ ୧୬୪ ରନ କରି ଏହି ସଫଳତା ପାଇଛନ୍ତି। ଲୋକେଶ ରାହୁଲ ୧୪ତମ ସ୍ଥାନକୁ ଖସି ଆସିଛନ୍ତି। ଶ୍ରେୟାସ ଆୟାର ଓ ରୋହିତ ଶର୍ମା ଗୋଟିଏ ଲେଖାଏଁ ତଳକୁ ଖସି ଆସିବା ସହ ୧୬ ଓ ୧୭ତମ ସ୍ଥାନରେ ରହିଛନ୍ତି। ବିରାଟ କୋହଲି ୨ଟି ସ୍ଥାନ ତଳକୁ ଖସି ୨୧ତମ ସ୍ଥାନରେ ରହିଛନ୍ତି।

ବାବର ଆଜମ ପ୍ରଥମ ସ୍ଥାନରେ ଅଛନ୍ତି । ବୋଲିଂରେ ଭୁବନେଶ୍ବର କୁମାର ୭ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ୧୧ତମ ସ୍ଥାନ ଓ ସ୍ପିନର ଯୁଜୁବେନ୍ଦ୍ର ଚହଲ ୪ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୨୬ତମ ସ୍ଥାନରେ ରହିଛନ୍ତି। ବୋଲିଂରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହାଜେଲଉଡ୍‌ ପ୍ରଥମରେ ରହିଛନ୍ତି । ଟେଷ୍ଟ ମାନ୍ୟତାରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୨ୟ ଓ ଯଶପ୍ରୀତ ବୁମ୍‌ରା ୩ୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍‌ସ ୧ ନମ୍ବର ସ୍ଥାନ ବଜାୟ ରଖିଛନ୍ତି।

ଅଲ୍‌ରାଉଣ୍ଡର ମାନ୍ୟତାରେ ରବୀନ୍ଦ୍ର ଜାଡେଜା ୧ ଓ ରବିଚନ୍ଦ୍ରନ ଅଶ୍ବିନ ୨ୟ ସ୍ଥାନ ବଜାୟ ରଖିଛନ୍ତି। ବ୍ୟାଟିଂରେ ଇଂଲଣ୍ଡର ଜୋ ରୁଟ୍‌ ୧ନଂ ସ୍ଥାନ​ରେ ରହିଥିବା ବେଳେ ରୋହିତ ଶର୍ମା ୮ ଓ ବିରାଟ କୋହଲି ୧୦ମ ସ୍ଥାନରେ ରହିଛନ୍ତି। ଭାରତ ଟି 20 ରେ ପ୍ରଥମ ଦଳ ଭାବେ ରହିଛି । ଓ୍ବାନ ଡେ ମାନ୍ୟତାରେ ବାବର ଆଜମ ପ୍ରଥମ ସ୍ଥାନରେ ଥିବାବେଳେ ବିରାଟ କୋହଲି 3ୟ ଏବଂ ରୋହିତ ଶର୍ମା 4ର୍ଥ ସ୍ଥାନରେ ରହିଛନ୍ତି । ବୋଲିଂରେ ବୁମରା 5ମ ସ୍ଥାନରେ ଅଛନ୍ତି ।

Also Read  ରାଜଧାନୀରେ ପୁଣି ଲୁଟ୍; ସୁନ୍ଦରପଦା ଅଞ୍ଚଳରେ ବ୍ଯବସାୟୀଙ୍କୁ ଭୁଜାଲିରେ ହାଣି ଲୁଟିଲେ ଦୁର୍ବୃତ୍ତ

LEAVE A REPLY

Please enter your comment!
Please enter your name here