ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କ ବିରୋଧରେ ଇଡିର ଦ୍ୱାରସ୍ଥ ହେଲେ ଅନୁଭବ

0
401
Varsha anubhav-family dispute

ଭୁବନେଶ୍ୱର : ବିବାହ ବିଚ୍ଛେଦ ନେଇ ଦିନକୁ ଦିନ ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ବିବାଦ ବଢ଼ିବାରେ ଲାଗିଛି। ଏବେ ପୁଣି ପତ୍ନୀ ବର୍ଷାଙ୍କ ବିରୋଧରେ ସାଂସଦ ଅନୁଭବ ମହାନ୍ତି ପ୍ରବର୍ତ୍ତନ ନି‌ର୍ଦେଶାଳୟ(ଇଡି)ରେ ଫେରାଦ ହୋଇଛନ୍ତି। ବର୍ଷା ଟିକସ ଫାଙ୍କୁଥିବା ତଥା କଳାଟଙ୍କା ରଖିଥିବା ନେଇ ଅଭିଯୋଗ କଲେ ଅନୁଭବ । ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତୃଟିପୂର୍ଣ୍ଣ ପରିଚୟ ଦେଇଛନ୍ତି ବର୍ଷା । ବର୍ଷା ନିଜ ଜୀବନକାଳ ମଧ୍ୟରେ ଆୟକର ଦାଖଲ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ଅନୁଭବ ।

ସେହିପରି ମାଟ୍ରିକ ସାର୍ଟିଫିକେଟ୍, ଜନ୍ମ ସାର୍ଟିଫିକେଟ୍, ଆଧାର କାର୍ଡ, ପ୍ୟାନ୍ କାର୍ଡ, ପାସପୋର୍ଟ ଓ ବ୍ୟାଙ୍କ ପାସ୍‌ବୁକରେ ନାମ, ମଝି ନାମ ଏବଂ ସାଙ୍ଗିଆ ଭିନ୍ନ ଭିନ୍ନ ରହିଛି। ଆକ୍ସିସ୍ ବ୍ୟାଙ୍କରେ ବର୍ଷାଙ୍କର ଏକାଧିକ ଆକାଉଣ୍ଟ ଥିବା ବେଳେ ସେଥିରେ ନାଁର ବନାନ୍ ମଧ୍ୟ ଭିନ୍ନ ଭିନ୍ନ ରହିଛି। କେବଳ ଏତିକି ନୁହେଁ, ବର୍ଷା କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ସ୍ୱୀକାର କରିଛନ୍ତି ଯେ ୬ବର୍ଷର ବୈବାହିକ ଜୀବନରେ ସେ ପ୍ରାୟ ୧୩କୋଟି ଟଙ୍କାର କ୍ଷତି ସହିଛନ୍ତି। ପ୍ରତ୍ୟେକ ଫିଲ୍ମ ପାଇଁ ସେ ୨୦ଲକ୍ଷ ଟଙ୍କା ଫି’ ନେଇଥାନ୍ତି। ଏଥିରୁ ସ୍ପଷ୍ଟ ଯେ, ସେ ବିବାହ ପୂର୍ବରୁ ବର୍ଷକୁ ୨କୋଟି ଟଙ୍କା ଉପାର୍ଜନ କରୁଥିଲେ। ଏପର୍ଯ୍ୟନ୍ତ ଆୟକର ଦାଖଲ କରିଛନ୍ତି କି ନାହିଁ ଅନୁଭବ ପ୍ରଶ୍ନ ଉଠାଇଛନ୍ତି।

Also Read  Pipili Bypoll: Counting of votes is underway