ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ

0
10947
SC issue-notice-to-uttar-pradesh-government on-bulldozer-drive

ନୂଆଦିଲ୍ଲୀ: ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ତିନି ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି । ମୁସଲିମ ସଂଗଠନ ଜମିୟତ୍ ଉଲେମା-ଇ-ହିନ୍ଦ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଅଦାଲତ ମଧ୍ୟ କହିଛନ୍ତି ଯେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ କେବଳ ଆଇନ ଅନୁଯାୟୀ ହେବା ଉଚିତ।

ଜୁନ୍ ୧୦ରେ ଶୁକ୍ରବାର ନମାଜ ପରେ ଘଟିଥିବା ହିଂସା ଘଟଣାରେ ସମ୍ପୃକ୍ତ ‘ବିକ୍ଷୋଭକାରୀ’ଙ୍କ ବିରୋଧରେ ଉତ୍ତର ପ୍ରଦେଶ ସରକାରଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଜମିୟତ୍ ଉଲେମା-ଇ-ହିନ୍ଦ୍ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଥିଲା ।

ଜାମିୟତ୍ ଉଲେମା-ଇ-ହିନ୍ଦ୍ ଏହାର ଆବେଦନରେ ଉପଯୁକ୍ତ ପ୍ରକ୍ରିୟା ବିନା ଘର ନ ଭାଙ୍ଗିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲା ।ଜମିୟତ୍ ଉଲେମା-ଇ-ହିନ୍ଦର ଏହି ପିଟିସନ ଉପରେ ଜଷ୍ଟିସ୍ ଏସ୍ ବୋପାନ୍ନା ଅଧ୍ୟକ୍ଷତାରେ ଏକ ଦୁଇ ଜଣିଆ ଖଣ୍ଡପୀଠ ଆଜି ଶୁଣାଣି କରିଥିଲେ।

ଗୁରୁବାର ଶୁଣାଣି ପରେ ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ପୌର ପାଳିକା ଆଇନ ଅନୁଯାୟୀ ଉତ୍ତର ପ୍ରଦେଶ ସରକାର ନିଜ କାର୍ଯ୍ୟାନୁଷ୍ଠାନର ଯଥାର୍ଥତା ସାବ୍ୟସ୍ତ କରନ୍ତୁ । ତିନି ଦିନ ମଧ୍ୟରେ ଏହା ଜଣାଇବାକୁ କୋର୍ଟ ୟୁପି ସରକାରଙ୍କୁ କହିଛନ୍ତି। ଏହା ସହିତ ଅଦାଲତ ମଧ୍ୟ କହିଛନ୍ତି ଯେ ଭଙ୍ଗାଯିବା କାର୍ଯ୍ୟ କେବଳ ଆଇନ ଅନୁଯାୟୀ କରାଯିବ।

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଚନ୍ଦ୍ର ଉଦୟ ସିଂହ କହିଥିଲେ ଯେ ଯାହା ଘଟୁଛି ତାହା ଅତି ଭୟଙ୍କର । ଏପରି କେବେ ପୂର୍ବରୁ ଦେଖାଯାଇ ନଥିଲା । ତେଣୁଏହି ପ୍ରସଙ୍ଗରେ ଏକ ଆବେଦନ କରିବାର ଆବଶ୍ୟକତା ଥିଲା |

ଉଦୟ ସିଂ କହିଥିଲେ ଯେ ଆମର ଏକ ସମ୍ବିଧାନ ଅଛି ଏବଂ ଆଇନ ହେଉଛି ସର୍ବୋଚ୍ଚ। ଏହା ପ୍ରମାଣ କରିବା ଆବଶ୍ୟକ ଯେ ୟୁପି ସରକାରଙ୍କ’ବୁଲଡୋଜର୍’ନୀତି ସଠିକ୍ ଏବଂ ଏହା ଆଇନର ସୀମା ମଧ୍ୟରେ କରାଯାଉଛି |

Also Read  SC reserves order on Rafale, no sovereign guarantee by French government backing the deal