ଯାତ୍ରୀବାହୀ ଟ୍ରକ ଓଲଟି ୮୦ରୁ ଉର୍ଦ୍ଧ୍ଵ ଆହତ, ୧୦ଗୁରୁତର

0
454
Woman Dies In An Road Accident Near Gangapada, Bhubaneswar
Woman Dies In An Road Accident Near Gangapada, Bhubaneswar

ଦାରିଂବାଡ଼ି: ଓଲଟିଲା ଯାତ୍ରୀବାହୀ ଟ୍ରକ୍ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ସିଜିଗାଣ୍ଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା l ଶନିବାର ମଧ୍ୟାହ୍ନରେ ଏକ ଟ୍ରକ ଓଲଟି ୮୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ରୁ ଅଧିକ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ ଗଦାପୁର ପଞ୍ଚାୟତ ପୁଟୁଡୁ ମାହା ଗ୍ରାମରୁ କନ୍ୟା ଯାତ୍ରୀ ଲୋକେ ଏକ ଟ୍ରକ ଯୋଗେ ଭୋଜି ଖାଇବାକୁ ବର ଯାତ୍ରୀ ଗ୍ରାମ ପାଙ୍ଗାଲିକୁ ଆସୁଥିଲା । ପ୍ଲିହେରି ପଞ୍ଚାୟତ ପାଙ୍ଗାଲି ଗ୍ରାମକୁ ଆସୁଥିବା ବେଳେ ସିଜିଗାଣ୍ଡା ଘାଟିରେ ଟ୍ରକଟି ଓଲଟି ପଡିଥିଲା । ଗାଡ଼ିଟି ରାସ୍ତାପାର୍ଶ୍ବକୁ ଓଲଟି ଯାଇଥିବା ବେଳେ ଟ୍ରକରେ ଥିବା ସଂଖ୍ୟାଧିକ କନ୍ୟାଯାତ୍ରୀ ଏଣେତେଣେ ଛିଟିକି ପଡ଼ିଥିଲେ।

ଯାହା ଫଳରେ ଟ୍ରକର ଡାଲାରେ ଥିବା ୧୦୦ ରୁ ଉର୍ଦ୍ଧ କନ୍ୟା ଯାତ୍ରୀଲୋକେ ଆସୁଥିବା ରାସ୍ତାର ବାମ ପାର୍ଶ୍ଵର ପ୍ରାୟ ୪୦ରୁ ୫୦ ଫୁଟ ତଳ ଖାଲକୁ ଖସି ପଡ଼ିଥିଲେ । ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ପୋଲିସ ଓ ଅଗ୍ନିଶମ ବିଭାଗ ଦ୍ଵାରା ଲୋକଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକିତ୍ସା ପାଇଁ ପଠାଇଛି । ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Also Read  'Invest in Odisha, Invest in the Future'