+୨ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆଜିଠୁ

0
357

ଭୁବନେଶ୍ବର : ଯୁକ୍ତ୨ ଦ୍ବିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହେବ। ରାଜ୍ୟର ୧୦୦ଟି ମୂଲ୍ୟାୟନ କେନ୍ଦ୍ରରେ ୮ ହଜାରରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ଉତ୍ତର ଖାତା ମୂଲ୍ୟାୟନ କରିବେ। ପ୍ରଥମ ପର୍ଯ୍ୟାୟ ତୁଳନାରେ ଏଥର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ଗୋଟିଏ ହ୍ରାସ ପାଇଛି। ମାତ୍ର ଅଫ୍‌ଲାଇନ୍‌ରେ କୌଣସି ପରିବର୍ତନ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମସ୍ତ ଜୋନ୍‌ରେ ଗୋଟିଏ ଦିନରେ ଖାତା ଦେଖା ଆରମ୍ଭ ହେବ। ଏଥିପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ପ୍ରଥମ ଦିନରେ ସମସ୍ତ ଅଫ୍‌ଲାଇନ୍‌ କେନ୍ଦ୍ରରେ ଅଧ୍ୟାପକମାନେ ଖାତା ଦେଖିବା ଆରମ୍ଭ କରିବେ । ମାତ୍ର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରରେ ପ୍ରଥମ ଦିନ ମୂଲ୍ୟାୟନକାରୀଙ୍କୁ ତାଲିମ ଦିଆଯିବ ଏବଂ ୨୧ ତାରିଖଠାରୁ ଖାତା ଦେଖିବେ । ପ୍ରଥମ ପର୍ଯ୍ୟାୟରେ ଚାଲିଥିବା ମୂଲ୍ୟାୟନ ପ୍ରାୟତଃ ଶେଷ ହୋଇଛି। ଅନ୍‌ଲାଇନ୍‌ରେ ଆଉ ଅଳ୍ପ କିଛି ମୂଲ୍ୟାୟନ ବାକି ରହିଛି । ୨୨ ତାରିଖ ସୁଦ୍ଧା ତାହା ଶେଷ ହେବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Also Read  ଓମିକ୍ରନର ପ୍ରଭାବ : ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ହ୍ରାସ