ନାମାଙ୍କନ ଭରିବେ ଦ୍ରୌପଦୀ, ସାଙ୍ଗରେ ଦିଲ୍ଲୀ ଗଲେ ନବୀନଙ୍କ ଦୁଇ କ୍ୟାବିନେଟ ମନ୍ତ୍ରୀ

0
556

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନାମାଙ୍କନ ଭରିବେ । ଏହି ସମୟରେ ଉପସ୍ଥିତ ରହିବେ ବିଜେପିର ୧୦ ବିଧାୟକଙ୍କ ସହିତ ବିଜେଡିର ଦୁଇ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ। ଏହି ଦୁଇ କ୍ୟାବିନେଟ ମନ୍ତ୍ରୀ ହେଉଛନ୍ତି ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ।

ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟୁଇଟ୍ କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ବିଜେପି ସଭାପତି ଜେ. ପି ନଡ୍ଡା ତାଙ୍କ ସହ ଫୋନରେ କଥା ହୋଇଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ କହିଥିଲେ। ତେଣୁ ରାଜ୍ୟ ସରକାରର ଦୁଇ କ୍ୟାବିନେଟ ସହଯୋଗୀ ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ରହିବେ। ଏଥିପାଇଁ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ରହିବେ।

ଗତକାଲି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହି ସମୟରେ ଦିଲ୍ଲୀ ଯିବା ପୂର୍ବରୁ ଏମସିଏଲ ଗେଷ୍ଟ ହାଉସରେ ଅଟକି ଥିଲେ। ସେଠାରେ ତାଙ୍କୁ ବିଜେପି ନେତା ଶୁଭେଚ୍ଛା ଜଣାଇଥିଲେ। ଦିଲ୍ଲୀ ଯିବା ବେଳେ ବିମାନ ବନ୍ଦରରେ ବିଜେଡି ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଆସିଥିଲେ। ଆଉ ଦ୍ରୈପଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଏବଂ ଜଗନ୍ନାଥ ସାରକା ଦ୍ରୌପଦୀଙ୍କ ସହ ଦିଲ୍ଲୀ ଯାଇଥିବା ସୂଚନା ରହିଛି।

Also Read  ଧୁମ୍ ଷ୍ଟାଇଲରେ ସ୍କୁଲରୁ ଚୋରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲା ଚୋର; କଳାପଟାରେ ଲେଖିଲା "IT’S ME ଧରିପାରିଲେ ଧର"