ଝିଅକୁ ଶେଷ ମେସେଜରେ ‘ବାଏ’ ଲେଖି ଦୁନିଆକୁ ଅଲବିଦା କହିଲେ ରାଇମୋହନ

0
395
raimohan-parida-last-message to daughter before suicide

ଭୁବନେଶ୍ୱର: ପ୍ରସିଦ୍ଧ ଲୋକପ୍ରିୟ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ତାଙ୍କ ମୃତ୍ୟୁରେ ଓଲିଉଡ ଓ ଯାତ୍ରା ଜଗତକୁ ଶକ୍ତ ଝଟକା ଲାଗିଛି । ଆତ୍ମହତ୍ୟା ପୂର୍ବରୁ ନିଜ ଝିଅକୁ ରାଇମୋହନ କରିଥିଲେ ଶେଷ ମେସେଜ । ମେସେଜରେ ‘ବାଏ’ ଲେଖିଥିଲେ ରାଇମୋହନ । ତେବେ ମେସେଜରେ ସେ କାହିଁକି ସେ ଏମିତି ଲେଖିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଏହି ମେସେଜ ଲେଖି ସେ ସବୁ ଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ।

ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତ୍ୟା କଲେ ସେ ନେଇ ତନାଘନା କରୁଛି ଟିମ୍ । ସେପଟେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛି ।

ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତରେ ଜଣେ ଦୁର୍ଦ୍ଦାନ୍ତ ଖଳନାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ରାଇମୋହନ। ୧୯୬୩ ମସିହା କେନ୍ଦୁଝର ଜିଲ୍ଲାର ଉଦୟପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ସେ ପାଠ ପଢିଥିଲେ। ମଞ୍ଚ ନାଟକରୁ ଅଭିନୟର ଜୀବନ ଆରମ୍ଭ ହୋଇଥିଲା। ପିଲାଦିନରୁ ଅଭିନୟ ପ୍ରତି ରହିଥିବା ଦୁର୍ବଳତା। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଗାଁ ନାଟକରେ ଅଭିନୟ କରିଥିଲେ।

Also Read  ବିଷାକ୍ତ ସାପ କାମୁଡ଼ାରେ ସ୍ୱାମୀ-ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଲା ୧୩ ମାସର ଶିଶୁ