ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ଡବ୍ଲୁଏଫପିର ପ୍ରଶଂସା

0
445
Odishas achievements in food security and disaster management are praised by the World Food Program

ଭୁବନେଶ୍ବର: ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ସ୍ବୀକାର କରିଛି ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ- ଡବ୍ଲୁଏଫପି। କ୍ଷୁଧାମୁକ୍ତ ଲକ୍ଷ୍ୟ ହାସଲ ଲାଗି ଡବ୍ଲୁଏଫପି ଓ ଓଡ଼ିଶା ସରକାର ମିଳିତ ଭାବରେ କାର୍ଯ୍ୟକରିବାକୁ ସହମତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ରୋମରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟାଳୟ ପରିଦର୍ଶନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଗତ ଦୁଇ ଦଶକ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ସହ ଜଳବାୟୁ ଅନୁକୂଳ ଜୀବିକା ସୃଷ୍ଟି ନିମନ୍ତେ ବିକାଶମୂଳକ କାର୍ଯ୍ୟ କରି ଓଡ଼ିଶା ସମନ୍ବିତ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡେଭିଡ୍ ବିସଲେ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କାର୍ଯ୍ୟ ପ୍ରଶଂସନୀୟ। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଏହାକୁ ସ୍ୱୀକାର କରେ ବୋଲି ବିସଲେ କହିଛନ୍ତି।

Also Read  'ମୋବାଇଲ୍ ଫୋନରେ ସହଜରେ ଉପଲବ୍ଧ ହେଉଥିବା ଅଶ୍ଲୀଳ ଭିଡିଓ ହିଁ ସମାଜରେ ଦୁଷ୍କର୍ମ ବଢିବାର ମୁଖ୍ୟ କାରଣ': ଗୁଜୁରାଟ ଗୃହମନ୍ତ୍ରୀ