ବିଜେପି ଆମକୁ ପଛରୁ ଛୁରି ମାରିଛି, ତା ସହ ମେଣ୍ଟ କରିବିନି: ଉଦ୍ଧବ ଠାକରେ

0
497
uddhav-thackeray's statement on maharashtra political crisis

ମୁମ୍ବାଇ: ବିଜେପି ଆମ ପଛପଟୁ ଛୁରି ମାରିଛି। ଆମେ ବିଜେପି ସହ ବୁଝାମଣା କରିବା ପ୍ରଶ୍ନ ଉଠୁନି। ରାଜନୈତିକ ଚକ୍ରାନ୍ତରେ ଶିକାର ହୋଇ କ୍ଷମତାଚ୍ୟୁତ ହେବାକୁ ବସିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହା କହିଛନ୍ତି । ଆଜି ଭିଡିଓ କନଫରେନ୍ସିଂରେ ଶିବସେନାର କିଛି ନେତାଙ୍କୁ ସମ୍ବୋଧନ କରି ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଦ୍ଧବ ଠାକ୍‌ରେ। ବିଦ୍ରୋହୀମାନେ ପାର୍ଟିକୁ ଭାଙ୍ଗିବାକୁ ଚାହୁଁଛନ୍ତି। ଯେଉଁମାନେ ଛାଡ଼ି ଚାଲିଗଲେ ସେମାନଙ୍କ ପାଇଁ କାହିଁକି ମନ ଖରାପ କରିବି ବୋଲି ଉଦ୍ଧବ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ କହୁଥିଲେ ଯେ ଆମେ ଶିବସେନା ପାଇଁ ବଞ୍ଚିବୁ ଓ ମରିବୁ ଆଜି ସେମାନେ ଛାଡ଼ି ପଳାଇଛନ୍ତି। ତେବେ ଶିବସେନା ଓ ଠାକ୍‌ରେ ନାଁ ବିନା ତୁମେ କେତେଦୂର ଯାଇପାରିବ ବୋଲି ଉଦ୍ଧବ ବିଦ୍ରୋହୀ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି “ଆପଣମାନେ ଗଛର ଫୁଲ, ଫଳ ଏବଂ ଗଣ୍ଡି ନେଇଯାଇପାରନ୍ତି। କିନ୍ତୁ ଗଛର ମୂଳକୁ ନଷ୍ଟ କରିପାରିବ ନାହିଁ।”

ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଇଥିବା ଏକନାଥ ସିନ୍ଦେଙ୍କୁ ଟାର୍ଗେଟ୍ କରି ଉଦ୍ଧବ କହିଛନ୍ତି “ ମୁଁ ଏକନାଥଙ୍କ ପାଇଁ ସବୁକିଛି କରିଛି। ମୋ ପାଖରେ ବି ଯେଉଁ ବିଭାଗ ଥିଲା ମୁଁ ଏକନାଥଙ୍କୁ ଦେଇଛି। ତାଙ୍କର ନିଜ ପୁଅ ଜଣେ ସାଂସଦ। ହେଲେ ମୋ ପୁଅକୁ ନେଇ ଟିପ୍ପଣୀ କରାଯାଉଛି। ମୋ ବିରୋଧରେ ଅନେକ ଅଭିଯୋଗ ଲଗାଯାଇଛି।”

Also Read  ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ BMC ଓ CMC କମିଶନର