ଜଜ୍‌ଙ୍କ ସମ୍ମୁଖରେ ବିଷ ପିଇଲେ ମହିଳା ଓକିଲ

0
535

ବାଲେଶ୍ବର : ବାଲେଶ୍ବର ପରିବାର କୋର୍ଟରେ ଜଣେ ମହିଳା ଓକିଲ ଜଜ୍‌ଙ୍କ ସମ୍ମୁଖରେ ବିଷ ପିଇ ଦେଇଛନ୍ତି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ବର କୋର୍ଟରେ ଜନୈକ ମହିଳା ଓକିଲଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ଭଲନଥିବାରୁ ପରିବାର କୋର୍ଟରେ ଛାଡପତ୍ର ପାଇଁ ମାମଲା ରୁଜ୍ଜୁ ହୋଇଥିଲା। ବୁଧବାର ଉଭୟଙ୍କୁ ଜେରା କରାଯାଇଥିଲା । ଜେରା ସମୟରେ ମହିଳା ଜଣକ ଅତିଷ୍ଠ ହୋଇ ବ୍ୟାଗରୁ ବିଷ କାଡି ଜଜ୍‌ଙ୍କ ସମ୍ମୁଖରେ ପିଇ ଦେଇଥିଲେ। ପରେ ଅନ୍ୟ ଓକିଲ ବନ୍ଧୁମାନେ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ଏବେ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି।

Also Read  ବନ୍ଦ ହେଲା ବିବାଦୀୟ ସେଲିବ୍ରିଟି ଚାଟ୍‌ ଶୋ’ କଫି ଓ୍ଵିଥ୍‌ କରନ୍‌