କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅକ୍ଷୟ କୁମାରଙ୍କ ସମେତ ଏହିସବୁ ଷ୍ଟାର୍ସ ରେଡ୍ କାର୍ପେଟ୍‌ରେ ଦେଖାଇବେ ଜଲୱା, ଜଜ୍ ହେବେ ଦୀପିକା

0
337

ନୂଆଦିଲ୍ଲୀ : ୭୫ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହେବାକୁ ଯାଉଛି। ଏଥର ଏହି ଇଣ୍ଟରନେସନାଲ୍ ଫିଲ୍ମ ଫେଷ୍ଟିଭାଲରେ ବଲିଉଡର ଅନେକ ଦଗଜ ଷ୍ଟାର୍ସ ଯୋଗ ଦେବେ, ଯେଉଁଥିରେ ଅକ୍ଷୟ କୁମାର, ଏ ଆର୍ ରେହମାନ, ଶେଖର କପୁର, ପୂଜା ହେଗଡେଙ୍କ ସମେତ ଅନେକ ଷ୍ଟାର୍ ଅନ୍ତର୍ଭୁକ୍ତ। କାନ୍ସ ଫିଲ୍ମ ଫେଷ୍ଟିଭାଲର ଉଦଘାଟନୀ ଦିବସରେ ଇଣ୍ଡିଆନ୍ ଷ୍ଟାର୍ସ ପ୍ରତିନିଧୀମଣ୍ଡଳ ଭାବରେ ‘ରେଡ୍ କାର୍ପେଟ୍’ରେ ଚାଲିବେ। ଏହି ଫେଷ୍ଟିଭାଲ ମେ ୧୭ରୁ ଆରମ୍ଭ ହେବ।

କେଉଁମାନେ ରହିବେ ଏହି ଜୁରୀରେ :

ଜଣାଶୁଣା ଲୋକ ଗାୟକ ମାମେ ଖାନ, ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି, ଅଭିନେତ୍ରୀ ନୟନ୍ତରା, ତମନ୍ନା ଭାଟିଆ, ବାଣୀ ତ୍ରିପାଠୀ, ଦୁଇଥର ଗ୍ରାମି ବିଜେତା ରିକି କେ୍ଜ, ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ଅଧ୍ୟକ୍ଷ ପ୍ରସୁନ୍ ଯୋଶୀ ଏହି ଜୁରୀରେ ରହିବେ।

ଆର ମାଧବନଙ୍କ ଫିଲ୍ମ ଦେଖାଯିବ:

ଅଭିନେତା ଆର ମାଧବନଙ୍କ ଫିଲ୍ମ “ରକେଟ୍ରି: ଦ ନମ୍ବି ଇଫେକ୍ଟ” ମେ ୧୯ ରେ ରିଲିଜ୍ ହେବ। ମାଧବନ ମଧ୍ୟ ଭାରତୀୟ ପ୍ରତିନିଧିମଣ୍ଡଳରେ ରହିବେ।

ଦୀପିକା ପାଦୁକୋନ୍ ନଜର ଆସିବେ :

ଅଭିନେତ୍ରୀ ଦୀପିକା ପାଦୁକୋନ୍ କାନ୍ସ ଫିଲ୍ମ ଫେଷ୍ଟିଭାଲର ଆଠ ସଦସ୍ୟ ବିଶିଷ୍ଟ ପ୍ରତିଯୋଗୀତା ଜୁରିର ଅଂଶ, ଯେଉଁଥିରେ ଅଭିନେତ୍ରୀ-ଫିଲ୍ମ ନିର୍ମାତା ରେବିକା ହଲ୍ ଏବଂ ଇରାନର ଫିଲ୍ମ ନିର୍ମାତା ଅସଗର ଫରହାଡି ଭଳି ପ୍ରତିଷ୍ଠିତ ନାମ ରହିଛି।

Also Read  ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ: ଶପଥ ନେଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ