ପିକଅପ ଭ୍ଯାନକୁ ପଛପଟୁ ପିଟିଲା ଆମ୍ବୁଲାନ୍ସ , ୨ ଗୁରୁତର

0
309
Woman Dies In An Road Accident Near Gangapada, Bhubaneswar
Woman Dies In An Road Accident Near Gangapada, Bhubaneswar

ଭଦ୍ରକ: ପିକଅପ ଭ୍ଯାନକୁ ପଛପଟୁ ପିଟିଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି ।ଜାତୀୟ ରାଜପଥ ପାର୍ଶ୍ଵରେ ଛିଡା ହୋଇଥିବା କାଠ ବୋଝେଇ ପିକଅପକୁ ପଛ ପଟୁ ପିଟିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସର ୨ କର୍ମଚାରୀ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି। ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ରାହାଞ୍ଜ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଅନୁଯାୟୀ, ଜାତୀୟ ରାଜପଥ ପାର୍ଶ୍ଵରେ କାଠ ବୋଝେଇ କରି ପିକଅପଟି ଛିଡା ହୋଇଥିଲା। ବାଲେଶ୍ୱର ପଟରୁ ଆସୁଥିବା ଆମ୍ବୁଲାନ୍ସଟି ପିକଅପର ପଛପଟୁ ଧକ୍କା ଦେଇଥିଲା। ଫଳରେ କାଠ ବୋଝେଇ ପିକଅପ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ନାଳକୁ ଓଲଟି ପଡିଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସର ଦୁଇ ଡ୍ରାଇଭର ଓ କର୍ମଚାରୀ ଚାପି ହୋଇଥିବା ବେଳେ ଭଦ୍ରକ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ପଠାଇଛି।

ଆମ୍ବୁଲାନ୍ସର ଦୁଇ କର୍ମଚାରୀଙ୍କର ପରିଚୟ ମିଳିପାରିନାହିଁ। ଆମ୍ବୁଲାନ୍ସ ଟି ତାମିଲନାଡୁ ରାଜ୍ୟର ହୋଇଥିବା ଅନୁମାନ କରାଯାଉଥିବା ବେଳେ, କେଉଁଆଡେ ଯାଉଥିଲା ତାହା ଜଣାପଡ଼ିନାହିଁ।

Also Read  କରୋନା ଆକ୍ରାନ୍ତ ହୋଇ ଲତା ମଙ୍ଗେସକର ଡାକ୍ତରଖାନାରେ ଭର୍ତ୍ତି