ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଯାଉଛନ୍ତି କି ? ତେବେ ଜାଣିରଖନ୍ତୁ କେଉଁଠି ପାର୍କିଂ କରିବେ ଆପଣଙ୍କ ଗାଡ଼ି…

0
371
route-chart-for-car-and-bike-parking-during-rath-yatra

ପୁରୀ: ଆଉ ଦିନକ ପରେ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର ଦାଣ୍ଡ। ୨ ବର୍ଷ ପରେ ଏଥର ବଡ଼ ଦାଣ୍ଡରେ ପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିନିମନ୍ତେ ଦେଶ ତଥା ବିଦେଶରୁ ପୁରୀକୁ ଛୁଟିଲାଣି ଭକ୍ତଙ୍କ ସୁଅ। ଚଳିତ ଥର ପୁରୀରେ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଏହି ଜନସମାଗମକୁ ଦୃଷ୍ଟିରେ ରଖି ପୁରୀକୁ ଆସୁଥିବା ଶତାଧିକ ଗାଡ଼ିକୁ ପାର୍କି ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।

ଭୁବନେଶ୍ୱର, ବ୍ରହ୍ମପୁର ଆଡୁ ଯାଉଥିବା ବାଇକ୍‌ଗୁଡ଼ିକ ମଶାଣିଚଣ୍ଡୀ ଛକ ସ୍ଥିତ ଜଗନ୍ନାଥ ବଲ୍ଲଭରେ ପାର୍କିଂ କରାଯିବ । କୋଣାର୍କ ପଟୁ ଆସୁଥିବା ବାଇକ୍ ଗୁଡିକ ବ୍ଲୁ ଫ୍ଲାଗ୍ ବିଚ୍ ନିକଟରେ ପାର୍କିଂ ହେବ । ଭୁବନେଶ୍ୱରରୁ ଯାଉଥିବା କାର୍‌ଗୁଡିକ ଛପନଛକ ନିକଟ ପାର୍କିଂ ସ୍ଥଳରେ ରହିବେ ।

%E0%AC%AA%E0%AD%81%E0%AC%B0%E0%AD%80 %E0%AC%AA%E0%AC%BE%E0%AC%B0%E0%AD%8D%E0%AC%95%E0%AC%BF%E0%AC%82

ଭୁବନେଶ୍ୱରରୁ ଆସୁଥିବା ତିନି ଚକିଆ, ଚାରି ଚକିଆ ଗାଡିଗୁଡିକ ମାଳତୀପାଟପୁର, ତୋଷାଳୀ ଛକ, ଗ୍ରୀଡ୍ ଷ୍ଟେସନ, ଭୁଦାନ ଦେଇ ତାଳବଣିଆରେ ପାର୍କିଂ କରାଯିବ । ଫେରିବା ବେଳେ ଏହି ଗାଡି ଗୁଡିକ ସେଣ୍ଟ୍ରାଲ ସ୍କୁଲ, ଗ୍ରୀଡ ଷ୍ଟେସନ, ବାଲିଘାଟ, ଗୋପାଳପୁର କ୍ରସିଂ ଦେଇ ମାଳତୀପାଟପୁରରେ ପହଞ୍ଚିବ । ବସ୍ ଗୁଡିକ ମାଳତୀପୁର ନୂଆ ବସ୍‌ଷ୍ଟାଣ୍ଡରେ ପାର୍କିଂ ହେବ । ଏତଦ୍ ବ୍ୟତୀତ ବ୍ରହ୍ମଗିରିରୁ ଆସୁଥିବା ଚାରି ଚକିଆ ଯାନ ଗୁଡିକ ମଙ୍ଗଳାଘାଟ ବାଇପାସ୍ ଦେଇ ଫ୍ଲୋରିସ୍ ଇଣ୍ଡିଆ ନିକଟରେ ପାର୍କିଂ କରିବେ।

ସେହିଭଳି ଟ୍ରାଫିକ୍ ପୁଲିସ ପକ୍ଷରୁ କାର୍ ପାସ୍ ହୋଲଡରଙ୍କ ପାଇଁ ମଧ୍ୟ ପାର୍କିଂ ସ୍ଥଳୀ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର ପାର୍ଶ୍ବରୁ ପୁରୀ ଯାଉଥିଲେ ନ୍ୟୁ ବାଇପାସ୍ ଦେଇ ମଙ୍ଗଳାଘାଟ, ହୋଟେଲ ହନ୍ସ କୋକୋ ପାଲ୍ମସ ଦେଇ ଲୋକନାଥରୋଡ ଦେଇଯିବେ। ଛପନ ଛକରେ ଆପଣଙ୍କୁ ପାର୍କିଂ ପାଇଁ ସ୍ଥାନ ମିଳିଯିବ। ହାଲୁକା ଯାନରେ ଭୁବନେଶ୍ବରରୁ ପୁରୀ ଯାଉଥିଲେ, ମାଳତୀପାଟପୁର ଠାରୁ ଡାଇଭରସନ ନେବେ। ନୀଳାଚଳ ଲିଙ୍କ ରୋଡ ଦେଇ ହୋଟେଲ ତୋଷାଳି ସାଣ୍ଡ ଦେଇ ଗ୍ରୀଡ଼ ଷ୍ଟେସନରେ ପହଞ୍ଚିବେ। ତା’ପରେ ଭୂଦାନ ଛକ, ଇଣ୍ଡୋର ଷ୍ଟାଡିୟମ୍, ଆଇଟିଆଇ ଓ ସଂସ୍କୃତ ବିଶ୍ବବିଦ୍ୟାଳୟର ଆପଣଙ୍କୁ ପାର୍କିଂ ପାଇଁ ସ୍ଥାନ ମିଳିଯିବ। ସମାନ ରାସ୍ତାରେ ପୁଣି ଆପଣ ପୁରୀରୁ ଭୁବନେଶ୍ବର ଆସିବେ।

ଏହାବାଦ ରଥ ଯାତ୍ରା ସମୟରେ ଲକ୍ଷାଧୀକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦେଖି କୌଣସି ପ୍ରକାର ଅଘଟଣକୁ ଏଡ଼ାଇବାକୁ ଫୁଲ୍‌ ଦମ୍‌ରେ ପ୍ରସ୍ତୁତ ହୋଇଛି ପ୍ରଶାସନ । ତିନି ରଥର ସୁରକ୍ଷା ପାଇଁ ତିନିଟି ଫାୟାର ଫାଇଟିଂ ଟିମ୍ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଇଛି । ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ତିନିଟି ସ୍ୱତନ୍ତ୍ର ଟିମ୍ କରାଯାଇଛି । ଏଥିସହ ୯୦ଜଣ ଲାଇଫ୍ ଗାର୍ଡ ଓ ୩୦୦ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ।

Also Read  ମୋବାଇଲ ଗେମ୍ ପାଇଁ ସାଙ୍ଗର ମୁଣ୍ଡକୁ ପଥରରେ ଛେଚି ଛେଚି ହତ୍ୟା କଲେ ୨ ନାବାଳକ ସାଙ୍ଗ