ଡ୍ରଗ୍ସ ମାମଲା: ପାସ୍‌ପୋର୍ଟ ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ଆର୍ଯ୍ୟନ୍‌ ଖାନ

0
371
aryan-khan-moves-court-seeking-to-return-his-passport

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ମୁମ୍ବାଇ କ୍ରୁଜ ଡ୍ରଗ୍ସ କେସ୍‌ ମାମଲାରେ ଆର୍ଯ୍ୟନ ଖାନଙ୍କୁ ଜାମିନ ଏବଂ କ୍ଲିନ୍ ଚିଟ୍ ମିଳିବାର ଅନେକ ମାସ ବିତିଗଲାଣି। ମାତ୍ର ଆଜି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌। ସେ ଏହି ମାମଲାରେ ଏନ୍‌ସିବିରୁ କ୍ଲିନ୍‌ ଚିଟ୍‌ ପାଇସାରିଛନ୍ତି। ଏବେ ସେ ଏନ୍‌ଡିପିଏସର ସ୍ୱତନ୍ତ୍ର ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟରେ ନିଜର ପାସ୍‌ପୋର୍ଟ ଫେରାଇବା ପାଇଁ ଆର୍ଯ୍ୟନ୍‌ ଆବେଦନ କରିଛନ୍ତି।

ସୂଚନା ଅନୁଯାୟୀ, ଆର୍ଯ୍ୟନ୍ ଖାନ୍ ତାଙ୍କ ପାସପୋର୍ଟ ଫେରସ୍ତ ପାଇଁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଛନ୍ତି। ଜୁନ୍ ୩୦, ଗୁରୁବାର ଦିନ ତାଙ୍କ ଓକିଲଙ୍କ ମାଧ୍ୟମରେ ଏହି ଆବେଦନ କରାଯାଇଛି। ଏନ୍‌ସିବିର ଚାର୍ଜସିଟ୍‌ରେ ଆଉ ତାଙ୍କ ନାଁ ନାହିଁ ତେଣୁ ତାଙ୍କ ପାସପୋର୍ଟ ଫେରାଇବା ପାଇଁ ନିଜ ଆବେଦନରେ କହିଥିଲେ ଆର୍ଯ୍ୟନ୍‌। ଏହି ମାମଲାକୁ ଗ୍ରହଣ କରି କୋର୍ଟ ଏନସିବିକୁ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ମଧ୍ୟ ଜୁଲାଇ ୧୩ କୁ ମାମଲାର ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି।

ବଲିଉଡର ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଗତ ବର୍ଷ ଡ୍ରଗ୍ସ କେସ୍‌ ମାମଲାରେ ଗିରଫ କରାଯାଇଥିଲା। ସେ କୋର୍ଟରୁ ଜାମିନରେ ମୁକୁଳିଥିଲେ। ଜାମିନର ସର୍ତ୍ତ ମୁତାବକ, ଯେପରି ସେ ମୁମ୍ବାଇ ଛାଡି ବାହାର ଦେଶକୁ ନଯିବେ ସେଥିପାଇଁ ନିଜ ପାସପୋର୍ଟ କୋର୍ଟରେ ଦାଖଲ କରିବାକୁ କୁହାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ନିଜ ପାସପୋର୍ଟ କୋର୍ଟରେ ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରମାଣ ଅଭାବରୁ ଏନ୍‌ସିବିକୁ ଆର୍ଯ୍ୟନଙ୍କ ସମେତ ୫ ଜଣଙ୍କୁ ଛାଡିବାକୁ ପଡିଥିଲା। ଏବେ ସେ ନିଜ ପାର୍ସପୋର୍ଟ ଫେରାଇବା ପାଇଁ ଦାବି କରିଛନ୍ତି।

Also Read  Red Chillies Entertainment moves Delhi HC against notice over 'Zero'