ଘରୋଇ ପ୍ରଣାଳୀରେ ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ…

0
872
eating-this-food-can-help-relieve-stress

ବର୍ତ୍ତମାନର ପରିସ୍ଥିତି ଯାହା ସେଥିରେ ମାନସିକ ଚାପ ବଢ଼ିବା ସ୍ୱାଭାବିକ। ମାନସିକ ସମସ୍ୟା ବଢ଼ିଲେ ମନସ୍ତତ୍ୱବିତ୍‌ଙ୍କ ପରାମର୍ଶ ନେବାକୁ ପଡ଼େ। ତେବେ ଘରୋଇ ପ୍ରଣାଳୀରେ ମାନସିକ ଚାପକୁ କେତେକାଂଶରେ କମ କରି ହେବ। ସାଧାରଣତଃ ଆମ ରୋଷେଇ ଘରେ ରହୁଥିବା କିଛି ଖାଦ୍ୟ ସାମଗ୍ରୀରେ ରହିଛି ଏମିତି କେତୋଟି ଉପାଦାନ ଯାହା ମନକୁ ଶାନ୍ତ କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ…

ରସୁଣ : ବହୁ ଗବେଷଣାରୁ ପ୍ରମାଣିତ ରସୁଣର ବେଶ୍‌ କିଛି ଉପାଦାନ ଉଦବେଗ ଏବଂ ଅବସାଦରୁ ମନକୁ ଦୂରରେ ରଖେ ।

କନ୍ଦମୂଳ : ମାନସିକ ଚାପର ବଡ଼ କାରଣ କର୍ଟିସଲ ହରମୋନର ନିଃସରଣ । ମିଠା ଆଳୁ ବା କନ୍ଦମୂଳ ଏହି ହରମୋନ ନିଃସରଣର ପରିମାଣ କମ୍‌ କରିଥାଏ ଯାହାଦ୍ୱାରା ମନ ଭଲ ରହେ।

ଅଣ୍ଡା : ବିଭିନ୍ନ ପ୍ରକାରର ପୁଷ୍ଟିକର ଉପାଦାନ ରହିଛି ଏଥିରେ । ଏହା ସହିତ ଅଛି କୋଲାଇନ ବୋଲି ଏକ ଉପାଦାନ। ଏହା ମସ୍ତିଷ୍କର ସ୍ୱାସ୍ଥ୍ୟ ଭଲ ରଖେ। ମାନସିକ ଚାପ କମ କରେ।

ସାମୁଦ୍ରିକ ମାଛ : ସ୍ୟାମନ ବା ସେହି ଜାତୀୟ ସାମୁଦ୍ରିକ ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩ ଫ୍ୟାଟି ଏସିଡ୍‌ ଏବଂ ଭିଟାମିନ ଡି ଥାଏ। ଏହି ଦୁଇଟି ମଧ୍ୟ ମାନସିକ ଚାପ କମାଇବାରେ ସାହାଯ୍ୟ କରେ।

ବ୍ରକୋଲି : ଏଥିରେ ସଲଫୋରାଫେନ ନାମକ ଉପାଦାନ ରହିଛି ଯାହାକି ଅବସାଦ ନିୟନ୍ତ୍ରଣ ତଥା ମନ ଶାନ୍ତ ରଖିବାରେ ସହାୟକ ହୋଇଥାଏ।

କାବୁଲି ଚଣା : ଏହା ଖାଇବାକୁ କେବଳ ସୁସ୍ୱାଦୁ ନୁହେଁ । ଏହା ମସ୍ତିଷ୍କ ପାଇଁ ମଧ୍ୟ ଉପକାରୀ । ଏହାର ଏଲ୍‌-ଟ୍ରିପଟୋଫନ୍‌ ନାମକ ଉପାଦାନ ମନ ଭଲ ରଖିଥାଏ।

ବ୍ଲୁବେରି : ଆଜିକାଲି ଅନଲାଇନ୍‌ରେ ବ୍ଲୁବେରି ବିକ୍ରି ହେଉଛି । ବଡ଼ ବଡ଼ ଡିପାର୍ଟମେଣ୍ଟାଲ୍‌ ଷ୍ଟୋରରେ ବ୍ଲୁ ବେରି ମିଳୁଛି। ସାରା ଦିନରେ ମାତ୍ର କେତୋଟି ବ୍ଲୁବେରି ମନକୁ ତାଜା ରଖିପାରେ । ଏହାର ଫ୍ଲାଭୋନଏଡ୍‌ନାମକ ଆଣ୍ଟିଅକ୍ସିଡାଣ୍ଟ ଅଳ୍ପ ସମୟ ମଧ୍ୟରେ ମନ ଭଲ କରିଦିଏ।

Also Read  Mediterranean diet prevents overeating: Study