ଶରଧା ବାଲିରେ ତିନି ରଥ: ପ୍ରଥମେ ତାଳଧ୍ବଜ ଓ ପରେ ଦର୍ପଦଳନ ଏବଂ ଶେଷରେ ପହଞ୍ଚିଲେ ବିଶ୍ବନିୟତା କାଳିଆ ସାଆନ୍ତ

0
352
Sandhya Darshan Begins At Gundicha Temple, Puri
Sandhya Darshan Begins At Gundicha Temple, Puri

ପୁରୀ: ଶ୍ରୀକ୍ଷେତ୍ରର ପବିତ୍ର ଶରଧାବାଲିରେ ପହଞ୍ଚି ଯାଇଛି ତିନି ରଥ । ଗୁଣ୍ଡିଚା ମନ୍ଦିର ନିକଟରେ ପ୍ରଥମେ ପହଞ୍ଚିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ପରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ । ଶେଷରେ ବିଶ୍ବନିୟତା କାଳିଆ ସାଆନ୍ତ ଶରଧାବାଲିରେ ପହଞ୍ଚିଛନ୍ତି। ରଥ ଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଜନସମୁଦ୍ର ସୃଷ୍ଟି କରିଛି ବଡଦାଣ୍ଡରେ । ଆଜି ଭକ୍ତ ଭଗବାନଙ୍କ ମଧ୍ୟରେ ଚାଲିଛି ଅପୂର୍ବ ମିଳନ । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମହାପ୍ରଭୁ ।

ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ରୁଣ୍ଡ ହୋଇଥିବା ଭକ୍ତମାନେ ମହାପ୍ରଭୁଙ୍କ ରଥଗୁଡ଼ିକ ଅତି ଶ୍ରଦ୍ଧାର ସହିତ ଶ୍ରୀମନ୍ଦିରର ସିଂହଦ୍ବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଆଜି ଅପରାହ୍ନରୁ ଟାଣି ଟାଣି ନେଇଥିଲେ। ଭକ୍ତଙ୍କ ହରିବୋଲ ଓ ହୁଳହୁଳି ପୁରୀ ବଡ଼ଦାଣ୍ଡକୁ ଏକ ଆଧ୍ୟାତ୍ମିକ ପରିବେଶରେ ପରଣିତ ହୋଇଥିଲା। ସେହିପରି ତୁରୀ-ଭେରୀ, ଘଣ୍ଟ-ଘଣ୍ଟାର ଶବ୍ଦ ପରିବେଶ ପ୍ରକମ୍ପିତ ହୋଇଥିଲା। ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁଙ୍କ କୀର୍ତ୍ତନରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା।

Also Read  Odisha Yuva Samaj protest PM's two day visit to Odisha for BJP's National Executive Meet