ଏଣିକି ସପ୍ତାହର ପ୍ରତି ସୋମବାର ବିଏମସିରେ ହେବ ଅଭିଯୋଗ ଶୁଣାଣି

0
410
BMC News

ଭୁବନେଶ୍ୱର: ବିଏମସିରେ ହେବା ଅଭିଯୋଗ ଶୁଣାଣି । ଆସନ୍ତା ସପ୍ତାହରୁ ପ୍ରତି ସୋମବାର ଭୁବନେଶ୍ୱର ମହାନଗର ନିଗମରେ ଅଭିଯୋଗ ଶୁଣାଣି ଆରମ୍ଭ ହେବ। ସକାଳ ୧୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ହେବ। ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନ ଉପରେ ବିଶେଷ ଦୃଷ୍ଟି ଦିଆଯିବ। ବିଏମ୍‍ସି ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଅଭିଯୋଗ ଶୁଣାଣି ସମୟରେ ବିଏମ୍‍ସିର ସମସ୍ତ ଅଧିକାରୀ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ। ଏହି ସମୟରେ ଜନତାଙ୍କ ଠାରୁ ଯେଉଁ ଅଭିଯୋଗ ଗ୍ରହଣ କରାଯିବ ତାହାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଅତିବେଶିରେ ୪ ଦିନ ସମୟ ନେବେ। ପ୍ରତି ଶନିବାର ହସ୍ତଗତ ହୋଇଥିବା ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ଉପରେ ସମୀକ୍ଷା କରାଯିବ।

Also Read  Fifth Phase panchayat polls: 76% attendance recorded