ବ୍ରେକଡ୍ୟାନ୍ସରେ ବସିବା ପରେ ହେଲା ହୃଦଘାତ, ଚାଲିଗଲା ୧୩ ବର୍ଷ କୁନି ଝିଅର ଜୀବନ

0
170
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

କୋରାପୁଟ: ବ୍ରେକଡାନ୍ସ ଝୁଲାରେ ବସିବା ହେଲା କାଳ । ହୃଦଘାତରେ ଚାଲିଗଲା ନାବାଳିକାର ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ । କୋଟପାଡ଼ ସହରରେ ରଥଯାତ୍ରା ଅବସରରେ ମିନାବଜାରର ଆୟୋଜନ ହୋଇଛି । ବିଭିନ୍ନ ଖେଳ ସହ ବ୍ରେକଡ୍ୟାନ୍ସ ଖେଳର ବ୍ୟବସ୍ଥା ମଧ୍ୟ ହୋଇଛି । ଏହି ମିନାବଜାରରେ ପଡିଥିବା ବ୍ରେକଡେନ୍ସରେ ଖେଳର ମଜା ନେବାକୁ ଯାଇ ଏଥିରେ ବସିଥିବା ସମୟରେ କୋଟପାଡ଼ ମିର୍ଗାନସାହି ନିବାସୀ ମହମଦ ୟାକୁବଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଝୁଲାରେ ବସି ଗୋଟିଏ ରାଉଣ୍ଡ ବୁଲିବା ପରେ ହଠାତ ନାବାଳିକାଙ୍କର ହୃଦଘାତ ହୋଇଥିଲା । ପରେ ତାଙ୍କୁ କୋଟପାଟ ହସ୍ପିଟାଲକୁ ସଙ୍ଗେସଙ୍ଗେ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଦୁଃଖଦ ଘଟଣା ଅଂଚଳରେ ଶୋକର ଛାୟା ସୃଷ୍ଟି କରିଛି ।

Also Read  ପାଟ୍ରୋଲିଂ କରୁଥିବା ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍, ମୃତ ଘୋଷଣା କଲେ ଡାକ୍ତର

LEAVE A REPLY

Please enter your comment!
Please enter your name here