ବର୍ଷାଙ୍କୁ ଅନୁଭବ ଦେଲେ ଭଗବତ ଗୀତା

0
484
another-video-of-anubhav-against-varsha-became-viral-in-social-media

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା ଉପରେ ଶୁଣାଣି କରିଛନ୍ତି କଟକ ଫ୍ୟାମିଲି କୋର୍ଟ । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ସୋମବାର ସେ ନିଜେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ପ୍ରତିପକ୍ଷ ଓକିଲ ଅନୁଭବଙ୍କୁ ଜେରା କରିଛନ୍ତି । ଏହି ପ୍ରକ୍ରିୟା ଆସନ୍ତା ଦୁଇ ଦିନ ଧରି ଚାଲିବ । ବର୍ଷାଙ୍କୁ ଛାଡପତ୍ର ଦେବାଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ ।

ଯାହା ପରବର୍ତ୍ତୀ ସମୟରେ କଟକ ସ୍ଥାନାନ୍ତର ହୋଇଛି । ତେବେ ସୋମବାର ଜେରା ସରିବା ପରେ ବର୍ଷାଙ୍କ ଉଦ୍ଦେଶ୍ୟରେ ତାଙ୍କ ଓକିଲଙ୍କ ଜରିଆରେ ଅନୁଭବ ଶ୍ରୀମଦ୍ ଭଗବତ ଗୀତା ପୁସ୍ତକ ଅନୁଭବ ପ୍ରଦାନ କରିଛନ୍ତି। ବର୍ଷାଙ୍କ ଓକିଲ ଦ୍ବାରା ସେ ଏହି ପବିତ୍ର ପୁସ୍ତକ ପ୍ରଦାନ କରିଥିବା ଅନୁଭବଙ୍କ ଓକିଲ ସୂଚନା ଦେଇଛନ୍ତି। ମଙ୍ଗଳବାର ପୁଣି ଏହି ମାମଲାର ଶୁଣାଣି ହେବାର ଅଛି ।

Also Read  ୨୪ ଘଣ୍ଟାରେ ଦେଶରେ ୪,୫୧୮ ଜଣ କୋଭିଡ୍‌-୧୯ ଆକ୍ରାନ୍ତ; ୯ଜଣ ମୃତ