କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌କୁ ଚ୍ୟାଲେଞ୍ଜ କରି କୋର୍ଟକୁ ଗଲା ଟ୍ବିଟର୍‌

0
406

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌କୁ ଚ୍ୟାଲେଞ୍ଜ କରି କୋର୍ଟକୁ ଗଲା ଟ୍ବିଟର୍‌ । କମ୍ପାନୀର କିଛି କଣ୍ଟେଣ୍ଟକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆଦେଶକୁ ପ୍ରତ୍ୟାହାର କରିବା ଦାବିରେ ଟ୍ବିଟର୍ କର୍ତ୍ତୃପକ୍ଷ କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିଛନ୍ତି । ଏ ନେଇ ନ୍ୟୁଜ୍‌ ଏଜେନ୍ସି ରଏଟର୍ସ ପକ୍ଷରୁ ଖବର ପ୍ରକାଶ ପାଇଛି । କ୍ଷମତାର ଦୂରୁପଯୋଗ କରି ଏଭଳି କରାଯାଉଥିବା କୋର୍ଟଙ୍କ ନିକଟରେ ଅଭିଯୋଗ କରିଛି ଟ୍ବିଟର୍‌ ।

ଏହା ପୂର୍ବରୁ କେନ୍ଦ୍ର ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ଗତ ଜୁନ ୨୭ ତାରିଖ ଜାରି ଅନ୍ତିମ ନୋଟିସର ଅନୁପାଳନ କରିଥିଲା ଟ୍ବିଟର୍‌ । ଯାହାର ସମୟ ସୀମା ଜୁଲାଇ ୪ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରିଥିଲା ମନ୍ତ୍ରାଳୟ । କିନ୍ତୁ ଧାର୍ଯ୍ୟ ସମୟ ପୂର୍ବରୁ ହିଁ ଟ୍ବିଟର୍‌ ସମସ୍ତ ନିୟମ ଅନୁପାଳନ କରିଥିଲା । ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଟ୍ବିଟର ପୋଷ୍ଟ ଏବଂ ଆକାଉଣ୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କମ୍ପାନୀକୁ କୁହାଯାଇଥିଲା ।

କିନ୍ତୁ ଏହାକୁ ଅବମାନନା କରିଥିଲା ଟ୍ବିଟର୍‌ । ଏବେ ମାମଲାକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କମ୍ପାନୀର ଅଧିକାରୀ । ଅନ୍ୟପଟେ କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେକୌଣସି କମ୍ପାନୀ ହୁଅନ୍ତୁ ନା କାହିଁକି, ‘ଯେକୌଣସି କ୍ଷେତ୍ରରେ ରୁହନ୍ତି ସେମାନଙ୍କୁ ଭାରତର ଆଇନ କାନୁନ୍‌ ମାନିବାକୁ ହେବ । ଦେଶର ସଂସଦରେ ଯେଉଁ ବି ଆଇନ ବି ରହିଛି ତାହାର ସମସ୍ତେ ପାଳନ କରିବା ଉଚିତ’।

Also Read  ମୁହଁରୁ କଳାଦାଗ ହଟାଇବା ପାଇଁ ବ୍ୟବହାର କରନ୍ତୁ ଏହି ତେଲ, ମିଳିବ ଜବରଦସ୍ତ ଫାଇଦା...