ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୂରି ଭୂରି ପ୍ରଶଂସା କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଜାଣନ୍ତୁ କାହିଁକି…

0
465
Gopalpur MLA Pradeep Panigrahi Hoists The Tri-Colour Amidst Protest
Gopalpur MLA Pradeep Panigrahi Hoists The Tri-Colour Amidst Protest

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଡ଼କୁ ଢାଲୁଛନ୍ତି କି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆଜି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇ ତାଙ୍କ ଋଣ ଓଡ଼ିଶାବାସୀ କେବେ ସୁଝି ପାରିବେନି ବୋଲି କହିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ପ୍ରଶଂସା କରିଛନ୍ତି । ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଓଡ଼ିଆ ଝିଅକୁ ପ୍ରାର୍ଥୀ କରି ରାଜ୍ୟବାସୀଙ୍କୁ ଗର୍ବିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଏକ ଐତିହାସିକ ନିଷ୍ପତ୍ତି ।

ବିଧାୟକ ଆହୁରି ମଧ୍ୟ କହିଛନ୍ତି କି, ମୋଦି ଓଡ଼ିଆ ଜାତିକୁ ଯେଉଁ ସମ୍ମାନ ଦେଇଛନ୍ତି, କୌଣସି ପ୍ରଧାନମନ୍ତ୍ରୀ ଦେଇନାହାନ୍ତି। ସ୍ୱାଧୀନତା ପୂର୍ବରୁ କିମ୍ବା ପରେ କୌଣସି ପ୍ରଧାନମନ୍ତ୍ରୀ ଓଡ଼ିଆଙ୍କୁ ଏତେ ବଡ଼ ଗୁରୁ ଦାୟିତ୍ୱ ଦେଇ ନାହାନ୍ତି। ମୋଦି ନିଜ ୮ ବର୍ଷର ଶାସନ କାଳରେ ଓଡ଼ିଆଙ୍କୁ ବହୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଏହାବାଦ ଦେଶର ସର୍ବୋଚ୍ଚ ପଦରେ ଆଜି ଜଣେ ଓଡ଼ିଆ ଝିଅଙ୍କୁ ସୁଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିପାଇଁ ଓଡ଼ିଶାବାସୀ ମୋଦିଙ୍କ ପ୍ରତି ଚିର ଋଣୀ, ତାଙ୍କ ଋଣ କେବେ ସୁଝି ହେବନି ବୋଲି କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

Also Read  Properties worth above Rs 8 crore of Dhalasamant Brothers attached by ED