ପୁରୀ: ଭିଜିଲାନ୍ସ ଜାଲରେ DIC ଅଫିସ ସୁପରଭାଇଜର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୁରୀ ଡିଆଇସି ଅଫିସ ସୁପରଭାଇଜର ନାରାୟଣ ପଟ୍ଟନାୟକ। ୨ ଲକ୍ଷ ୪୫ ହଜାର ଟଙ୍କାର ସବସିଡି କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ। ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗର ସୁପର ଭାଇଜର ହେଉଛନ୍ତି ନାରାୟଣ ।
ସୂଚନା ଅନୁସାରେ, ରତ୍ନାକର ସାହୁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ନାରାୟଣ ଗିରଫ ହୋଇଛନ୍ତି । ସବସିଡି ଟଙ୍କା ରିଲିଜ ପାଇଁ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ସମସ୍ତ ଟଙ୍କାକୁ ଭିଜିଲାନ୍ସ ସିଜ୍ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସରେ ଏକ ମାମଲା ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ନାାରାୟଣ ପଟ୍ଟନାୟକଙ୍କ ବିରୋଧରେ ତଦନ୍ତ ଚାଲିଛି।