ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ, ବଡ଼ଗଡ଼ ଥାନାରେ ଅଭିଯୋଗ କଲେ ସଂପୃକ୍ତ ଛାତ୍ର

0
186
again allegations-of-ragging-in-bjb-college bhubaneswar

ଭୁବନେଶ୍ୱର: ବିଜେବି କଲେଜରୁ ପୁଣି ଆସିଲା ରାଗିଂ ଅଭିଯୋଗ । ରାଗିଂ ପାଇଁ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ନେଇ ଚାଲିଥିବା ଝଡ଼ ଏପର୍ଯ୍ୟନ୍ତ ଥମି ନ ଥିବା ବେଳେ ବିଜେବି କଲେଜରେ ପୁଣି ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ୫ଜଣ ସିନିୟର ଛାତ୍ର ମିଶି ଜଣେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି । ରାଗିଂର ଶିକାର ହୋଇଛନ୍ତି ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ରୁଦ୍ର ନାରାୟଣ ପାତ୍ର । ହଷ୍ଟେଲରେ ରହୁଥିବା ତାଙ୍କ ସହପାଠୀ ତାଙ୍କୁ ଗାଡ଼ି କାହିଁକି ଆଣୁଛୁ ବୋଲି କହି କଲେଜରେ ଉଠବସ କରାଇବା ସହ ମାରଧର କରୁଥିବା ରୁଦ୍ର ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତଦନ୍ତ କରୁଛି ବରଗଡ଼ ଥାନା ପୋଲିସ।

Also Read  ପୁଣି ଅପରିବର୍ତ୍ତିତ ରହିଲା ଆୟକର ଟିକସ ସ୍ଲାବ, ଜାଣନ୍ତୁ ପୂରା ହିସାବ

LEAVE A REPLY

Please enter your comment!
Please enter your name here