ଭାଷଣ ଦେବା ବେଳେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼

0
185
former-japan-pm shinzo-abe-critical-after-being-shot

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ । ଓ୍ୱେଷ୍ଟର୍ଣ୍ଣ ଜାପାନର ନାରା ସହରରେ ଏକ ଜନସଭାକୁ ସମ୍ବୋଧନ ସମୟରେ ଗୁଳିମାଡର ଶିକାର ହୋଇଛନ୍ତି ସିଞ୍ଜୋ ଆବେ । ତାଙ୍କ ଛାତିରେ ଗୁଳି ବାଜିଥିବାରୁ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ କରିଥିବା ସନ୍ଦିଗ୍ଧ ଯୁବକକୁ ପୋଲିସ ଗିରଫ କରିଛି ।

ସୂଚନା ଅନୁସାରେ ଜାପାନର ନାରା ସହରର ଏକ କାର୍ଯ୍ୟକ୍ରମରେ ସିଞ୍ଜୋ ଆବେ ଭାଷଣ ଦେଉଥିଲେ । ଏହି ସମୟରେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା । ଏବେ ସିଞ୍ଜୋ ଆବେଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଏନେଇ ଦ ଜାପାନ ଟାଇମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସିଞ୍ଜୋଙ୍କୁ ଗୁଳିମାଡ ପରେ ସେଠାରେ ଉପସ୍ଥିତ ଲୋକେ ହଠାତ କିଛି ବୁଝିପାରିନଥିଲେ । କେଉଁ କାରଣରୁ ତାଙ୍କ ଉପରେ ଗୁଳିମାଡ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Also Read  Typhoon Hagibis to hit Japan, residents advised to evacuate and shift at safer locations

LEAVE A REPLY

Please enter your comment!
Please enter your name here