ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ; ଭାଷଣ ଦେବାବେଳେ ହୋଇଥିଲା ଗୁଳିମାଡ

0
337
Former Japanese Prime Minister Shinzo Abe Passes Away
Former Japanese Prime Minister Shinzo Abe Passes Away

ଗୁଳିମାଡରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ମୃତ । ନାରା ସହରରେ ଭାଷଣ ଦେବା ବେଳେ ତାଙ୍କ ଛାତିରେ ଗୁଳିମାଡ ହୋଇଥିଲା । ନିର୍ବାଚନ ପ୍ରଚାର ନେଇ ଏକ ସଭାରେ ଭାଷଣ ଦେବା ବେଳେ ତାଙ୍କ ଉପରେ ଦୁଇ ରାଉଣ୍ଡ ଗୁଳିମାଡ ହୋଇଥିଲା । ଆଜି ସକାଳ ସମୟରେ ଏହି ଘଟଣା ଘଟିଥିଲା । ଆବେଙ୍କ ପଛ ପଟୁ ଏହି ଗୁଳିମାଡ ହୋଇଥିଲା । ଘଟଣା ଘଟିବା ପରେ ହସ୍ପିଟାଲରେ ଗୁଳିମାଡରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାଯାଇଛି ।

ତେବେ ୪୧ ବର୍ଷିୟ ବ୍ୟକ୍ତି ଗୁଳି ମାଡ କରି ପଳାଇଥିବାବେଳେ ତାଙ୍କ ସୁରକ୍ଷା କର୍ମୀ ତାକୁ କାବୁ କରିନେଇଥିବା ଜଣାପଡିଛି । ହେଲେ ଗୁଳିମାଡର କାରଣ କ’ଣ ଏଯାଏଁ ଜଣାପଡିନି । ସିଞ୍ଜୋ ଆବେ ଜଣେ ଲୋକପ୍ରିୟ ନେତା ଥିଲେ । ସେ ଏବେଯାଏଁ ଥିବା ଶାସକଙ୍କ ମଧ୍ୟରୁ ଦୀର୍ଘ ଦିନ ଯାଏର୍ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହି ଦେଶକୁ ସୁଶାସନ ଦେଇଥିଲେ ।

Also Read  ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ