ଜାଲ୍ ପ୍ରମାଣପତ୍ର ଦେଇ ପିଇଟି ଚାକିରି, ୧୦ ଶିକ୍ଷକଙ୍କ ନାଁରେ ଏତଲା ଦେଲେ DEO

0
784

ଅନୁଗୁଳ: ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ଘଟଣା ସାମନାକୁ ଆସିଛି । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ । ଅନୁଗୁଳ ମଡେଲ୍ ପୋଲିସ୍ ଷ୍ଟେସନରେ ହୋଇଥିବା ଅଭିଯୋଗ ଅନୁସାରେ, ପଞ୍ଚାୟତ ହାଇସ୍କୁଲ୍ ବରପଦାରେ କାର୍ଯ୍ୟରତ ମହେଶ୍ୱର ସାହୁ, ସଂସାମରା ସରକାରୀ ଅପ ଗ୍ରେଡେଡ ଉଚ୍ଚ ବିଦ୍ୟାଳୟର ଜ୍ୟୋସ୍ନା ବିଶ୍ଵାଳ, ନାକଚି ମାହେଶ୍ଵରୀ ଉଚ୍ଚ ବିଦ୍ୟାଳୟର ପ୍ରିୟମ୍ବଦା ଦେହୁରୀ, ନାମପଶି ସରକାରୀ ଅପ୍ ଗ୍ରେଡେଡ୍ ଉଚ୍ଚ ବିଦ୍ୟାଳୟର ସୁନୀଲ କୁମାର ଦେହୁରି, ବଳରାମ ପ୍ରସାଦ ଉଚ୍ଚ ବିଦ୍ୟାଳୟର ସୁପ୍ରଭା ସାହୁ, ବଲଙ୍ଗ ସରକାରୀ ଅପ ଗ୍ରେଡେଡ୍ ଉଚ୍ଚ ବିଦ୍ୟାଳୟର ସୁନୀଲ କୁମାର ନାଏକ, ଗୋଡ଼ିବନ୍ଧ ଉଚ୍ଚ ବିଦ୍ୟାଳୟର ରିନା ସ୍ଵାଇଁ, ମାଣିକଯୋଡ଼ି ସରକାରୀ ଅପ୍ ଗ୍ରେଡେଡ୍ ଉଚ୍ଚ ବିଦ୍ୟାଳୟର କମଲ କୁମାର ଦେହୁରୀ, ଗଡ଼ମଣ୍ଡଳ ଉଚ୍ଚ ବିଦ୍ୟାଳୟର ମନୋଜ ବେହେରା, ସମଲ ବ୍ୟାରେଜ ଉଚ୍ଚ ବିଦ୍ୟାଳୟର ଶୁଭ୍ରକାନ୍ତ ବେହେରା ଚାକିରି କରିବା ପାଇଁ ଜାଲ ପ୍ରମାଣପତ୍ର ଦେଇଛନ୍ତି ।

ମହେଶ୍ୱର ସାହୁ, ଜ୍ୟୋସ୍ନା ବିଶ୍ଵାଳ, ପ୍ରିୟମ୍ବଦା ଦେହୁରି, ସୁନୀଲ କୁମାର ଦେହୁରି, ସୁପ୍ରଭା ସାହୁ, ସୁନୀଲ କୁମାର ନାଏକ, ରିନା ସ୍ଵାଇଁ, କମଲ କୁମାର ଦେହୁରୀ କଟକ ତିଗିରିଆର ପ୍ରଶନ୍ନମଣି କଲେଜ ଅଫ ଫିଜିକାଲ ଏଜୁକେସନରୁ ସିପିଇଡ଼ି ପାସ କରିଥିବା ଦାବି କରୁଥିବା ବେଳେ ମନୋଜ ବେହେରା ଓ ଶୁଭ୍ରକାନ୍ତ ବେହେରା ବାଲିଆପାଳ କଲେଜ୍ ଅଫ ଫିଜିକାଲ ଏଜୁକେସନ ସଂସ୍ଥାରୁ ସିପିଇଡି ପାସ୍ କରିଥିବା ସାର୍ଟିଫିକେଟ ପ୍ରଦାନ କରିଥିଲେ । ତେବେ ଉଭୟ ସଂସ୍ଥାର ଅଧ୍ୟକ୍ଷଙ୍କ ଠାରୁ ରିପୋର୍ଟ ପାଇବା ପରେ ଏହି ୧୦ ଜଣ ପିଇଟି ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇଥିବା ଜଣା ପଡ଼ିଥିଲା ।

ଏହା ପରେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଅନୁଗୁଳ ମଡେଲ୍ ପୋଲିସ୍ ଷ୍ଟେସନରେ ଲିଖିତ ଅଭିଯୋଗ କରି ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୋଲିସ ଦ୍ୱାରସ୍ଥ ହୋଇଥିଲେ । ପୋଲିସ କେସ୍ ନମ୍ବର ୩୬୭ରେ ଦଫା ୪୬୮/୪୭୧/୪୨୦ ଆଇପିସିରେ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଜିଲ୍ଲାରେ କେବଳ ଏହି ୧୦ ଜଣ ଯେ ନକଲି ଶିକ୍ଷକ ଅଛନ୍ତି ତା ନୁହେଁ ଆହୁ ଦୁଇ ଜଣ ପିଇଟି ଓ ଜଣେ ୩ ଜଣ ପ୍ରାଇମେରୀ ଶିକ୍ଷକ ମଧ୍ୟ ଜାଲିଆତି କରିଥିବା ଜଣା ପଡ଼ିଛି ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

Also Read  ବଢ଼ୁଛି କରୋନା ସଂକ୍ରମଣ, ପାଞ୍ଚ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର