ସୁକେଶ ଚନ୍ଦ୍ରଶେଖର ଠାରୁ ୮୧ ଜଣ ଜେଲ କର୍ମଚାରୀ ନେଇଛନ୍ତି ଲାଞ୍ଚ

0
314

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖର ଠାରୁ ଦିଲ୍ଲୀର ରୋହିଣୀ ଜେଲର ୮୧ ଜଣ କର୍ମଚାରୀ ଲାଞ୍ଚ ଖାଇଛନ୍ତି । ମହା ଠକ ସୁକେଶ ଠାରୁ ଲାଞ୍ଚ ନେଇ ଜେଲ କର୍ମଚାରୀ ତାକୁ ବିଭିନ୍ନ କାମରେ ସାହାଯ୍ୟ କରିଛନ୍ତି । ତାକୁ ଫୋନ, ମୋବାଇନ, ଇଣ୍ଟରନେଟ ଏବଂ ଅନ୍ୟ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି । ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ସୁକେଶ ବିରୋଧରେ ଫାଇଲ କରିଥିବା ଚାର୍ଜ ସିଟରେ ଲାଞ୍ଚ କାରବାର କଥା ଉଲ୍ଲେଖ କରିଛି ।

ଏହି ଫାଇଲରେ ସମସ୍ତ ୮୧ ଜଣଙ୍କ ନାମ ଉଲ୍ଲେଖ ରହିଛି । ଏହି ସମସ୍ତ କର୍ମଚାରୀ ତାକୁ ଜେଲ ଭିତରେ ବସି ଠକ ବେପାର ବଢ଼ାଇବାର ସାହାଯ୍ୟ କରିଛନ୍ତି ବୋଲି ଦିଲ୍ଲୀ ପୋଲିସର ଇଓଡବ୍ଲୁ ଚାର୍ଜସିଟରେ ଉଲ୍ଲେଖ କରିଛି । ଏହା ପୂର୍ବରୁ ଜେଲ ହସ୍ପିଟାଲର ନର୍ସ ସୁକେଶକୁ ସାହାଯ୍ୟ କରିଥିବା ଧରାପଡ଼ିଥିଲା । ନର୍ସ ଜଣକ ତାକୁ ମୋବାଇଲ ଫୋନ୍ ଦେଇ ସୁକେଶର ସହଯୋଗୀଙ୍କ ସହ ଯୋଗାଯୋଗ କରାଇଥିଲେ ।

Also Read  ସମ୍ବଲପୁର ଡିଆଇଜି ଅଫିସ ଘେରାଉ ବେଳେ ବିଜେପି କର୍ମୀଙ୍କ ଉପରକୁ ପାଣିମାଡ଼