ମୁମ୍ବାଇ ଫ୍ଲାଟ୍‌ର ୧୧ ତାଲାରୁ ପଡ଼ି ମୃତ୍ୟୁବରଣ କଲା ଛତା ଧରି ଖେଳୁଥିବା ୫ ବର୍ଷିୟ ପିଲା

0
337

ମୁମ୍ବାଇ: ଛତା ଧରି ଖେଳୁଥିବା ଜଣେ ୫ ବର୍ଷିୟ ବାଳକ ରବିବାର ଦିନ ଦକ୍ଷିଣ ମୁମ୍ବାଇ ଅନ୍ତର୍ଗତ ବାଇକୁଲା ଅଞ୍ଚଳରେ ଥିବା ଗୋଟାଏ ହାଉସିଙ୍ଗ୍‌ ସୋସାଇଟି ଫ୍ଲାଟ୍‌ର ୧୧ ତାଲାରୁ ଖସିପଡ଼ି ମରିଯାଇଥିବା କଥା ପୁଲିସ କହିଛି। ରବିବାର ସକାଳେ ଫ୍ଲାଟ୍‌ ପ୍ରକୋଷ୍ଠର ଝରକା ନିକଟରେ ପଡ଼ିଥିବା ଖଟରେ ପିଲାଟି ଖେଳୁଥିଲା। ଘଟଣା ଘଟିବା ବେଳେ ସେ ପ୍ରକୋଷ୍ଠରେ ତା’ର ମାଆ ଏବଂ ଅନ୍ୟ ଆତ୍ମୀୟମାନେ ବି ଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ପୁଲିସ ଅଧିକାରୀଜଣକ କହିଛନ୍ତି, ଝରକା ବାଟେ ପଦାକୁ ଉଙ୍କିମାରି ଚାହୁଁଥିବା ବେଳେ ସମ୍ଭବତଃ ପିଲାଟି ପଡ଼ିଯାଇଛି। ଫ୍ଲାଟ୍‌ରୁ ଖସି ପିଲାଟି ତଳେ ରାସ୍ତା କଡ଼ରେ ରଖାଯାଇଥିବା ଗୋଟାଏ ସ୍କୁଟର୍‌ ଉପରେ ପଡ଼ିଯାଇଥିଲା। ସ୍ଥାନୀୟ ବାସିନ୍ଦା ତାକୁ ତୁରନ୍ତ ମୁମ୍ବାଇ ସେଣ୍ଟ୍ରାଲ୍‌ ନିକଟରେ ଅବସ୍ଥିତି ମୁନିସ୍‌ପାଲିଟି ଚାଳିତ ‘ନାୟର୍‌ ହସ୍ପିଟାଲ୍‌’କୁ ନେଇଯାଇଥିଲେ। କିନ୍ତୁ, ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ। ଆକସ୍ମିକ ମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

Also Read  ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ