ଉଦ୍ଧବ ଓ ସିନ୍ଦେଙ୍କ ଗୋଷ୍ଠୀଙ୍କ ବିରୋଧରେ ଦାଏର ହୋଇଥିବା ପିଟିସନ୍‌କୁ ସ୍ଥଗିତ ରଖିବା ପାଇଁ ମହାରାଷ୍ଟ୍ର ବାଚସ୍ପତିଙ୍କୁ କହିଲେ ସୁପ୍ରିମ୍‌ କୋର୍ଟ

0
351
SC issue-notice-to-uttar-pradesh-government on-bulldozer-drive

ନୂଆଦିଲ୍ଲୀ: ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀ ବିରୋଧରେ ଦାଏର କରାଯାଇଥିବା ଅଯୋଗ୍ୟତା ପିଟିସନ୍‌କୁ ସ୍ଥଗିତ ରଖିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ମହାରାଷ୍ଟ୍ରର ବାଚସ୍ପତି ରାହୁଲ୍‌ ନରୱେକରଙ୍କୁ କହିଛନ୍ତି। ଆଜି ହେବାକୁ ଥିବା ଉକ୍ତ ପିଟିସନ୍‌ର ଗୁରତ୍ବପୂର୍ଣ୍ଣ ଶୁଣାଣି ପୂର୍ବରୁ ସୁପ୍ରିମ୍‌ କୋର୍ଟଙ୍କୁ ଅବଗତ କରାଇ ଦିଆଯାଇଥିଲା ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ‘ଶିବସେନା’ର ଅନ୍ୟାନ୍ୟ ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ ଦାଏର ହୋଇ ପଡ଼ିରହିଥିବା ଅଯୋଗ୍ୟତା ପିଟିସନ୍‌ ଉପରେ ନିଷ୍ପତ୍ତି ଗ୍ରହଣ କରିବା ଲାଗି ଆଇନ ଅନୁସାରେ, ମହାରାଷ୍ଟ୍ରର ନବନିର୍ବାଚିତ ବିଧାନସଭା ବାଚସ୍ପତି ତଥା ‘ବିଜେପି’ ନେତା ରାହୁଲ୍‌ ନର୍‌ୱେକରଙ୍କ କ୍ଷମତା ରହିଛି। ବିଧାନସଭାର ସଚିବ କହିଛନ୍ତି ଯେ, ଏବେ ଅଯୋଗ୍ୟତା ମାମଲା ଉପବାଚସ୍ପତି ନୁହନ୍ତି, ବାଚସ୍ପତିଙ୍କଦ୍ବାରା ପରିଚାଳନା କରାଯିବ।

ବହୁପ୍ରତୀକ୍ଷିତ ଶୁଣାଣି ପୂର୍ବରୁ, ରବିବାର ଦିନ ସିନ୍ଦେ ଉଦ୍ଧବ ଠାକ୍‌ରେଙ୍କୁ ତୀବ୍ର ସମାଲୋଚନା କରିଥିଲେ। କାହା ନାଁ ନ ଧରି ଗତକାଲି ପନ୍ଧରପୁରରେ ସେ କହିଥିଲେ, କିଛି ଲୋକ ମନେକରୁଛନ୍ତି, ସେମାନେ ଶାସନ କରିବାକୁ ଜନ୍ମ ହୋଇଛନ୍ତି। ମୁଁ ଶାସକଙ୍କ ଉତ୍ତରାଧିକାରୀ ହୋଇ ଜନ୍ମ ହୋଇନାହିଁ। ଜଣେ ସାଧାରଣ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିବାରୁ ସେମାନେ ଗୌରବାନ୍ବିତ ହେବା କଥା। ଶାସନ କରିବା ପାଇଁ ଆମର ସଂଖ୍ୟା ଗରିଷ୍ଠତା ଅଛି ବୋଲି ଅଦାଲତ ଜାଣିଥିଲେ ବି ସେମାନେ ରାତିରେ ଓ ବଡ଼ି ସକାଳେ ପିଟିସନ୍‌ ଦାଏର କରୁଛନ୍ତି। ଆମେ କୌଣସି ବେଆଇନ କାର୍ଯ୍ୟ କରିନାହୁଁ।

Also Read  ୨୦୨୧ରେ ପ୍ରତି ମିନିଟ୍‌ରେ ୧୧୫ ଚିକେନ୍‌ ବିରିୟାନୀ ବରାଦ ଦେଇଛନ୍ତି : କେଉଁ ଦେଶରେ ଜାଣନ୍ତୁ ?