କାର୍- ବସ୍ ମୁହାଁମୁହିଁ ଧକ୍କା: ଜଣଙ୍କର ମୃତ୍ୟୁ, ୧୦ରୁ ଅଧିକ ଯାତ୍ରୀ ଆହତ

0
389

ବଲାଙ୍ଗୀର: ବଲାଙ୍ଗୀର -ଦେଓଗାଁ ରାସ୍ତାରେ କାର୍- ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଖବର ମିଳିଛି। ସିନଖମନ ନିକଟରେ ହୋଇଛି ଏହି ଦୁର୍ଘଟଣା। ବଲାଙ୍ଗୀର ପଟରୁ ଆସୁଥିବା ଡୁଲେଶ୍ୱରୀ ବସ୍ ସହ ଧକ୍କା ହେଲା କାର୍। ଆହତମାନଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲକୁ ନିଆଯାଇଛି। ଘଟଣାସ୍ଥଳରେ ବଲାଙ୍ଗୀର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Also Read  ସମାଲୋଚକମାନଙ୍କୁ କଡ଼ା ଜବାବ ଦେଲେ ଲଳିତ ମୋଦୀ