ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଧାନସଭାରେ ବିଜେପି-କଂଗ୍ରେସ ମୁହାମୁହିଁ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

0
454
Opposition Stages Walkout During Guv's Address In Odisha Assembly
Opposition Stages Walkout During Guv's Address In Odisha Assembly

ଭୁବନେଶ୍ଵର : ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଧାନସଭାରେ ବିଜେପି କଂଗ୍ରେସ ମୁହାମୁହିଁ । ଆଜି ପ୍ରଶ୍ନ କାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତା ଅଜୟ କୁମାର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ଉତ୍ତରପ୍ରଦେଶ ହାତରସରେ ଦଳିତଙ୍କ ଉପରେ ଅତ୍ୟାଚାର ବଢ଼ିଛି । ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଣେ ଦଳିତ ବର୍ଗର ହୋଇଥିବା ସତ୍ତ୍ଵେ ସେ ଦଳିତମାନଙ୍କ ପାଇଁ କିଛି କରିନାହାଁନ୍ତି । ବର୍ତ୍ତମାନ ବିଜେପି ସରକାର ଆଦିବାସୀ କାର୍ଡ ଖେଳିଛି । ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଥୀ କରିଛି । ଏହିଭଳି ସୈତାନ ବିଚାରଧାରା ରଖିଥିବା ଦଳ ପ୍ରାର୍ଥୀ ଦେଲେ ଦେଶର କଣ ହେବ ।

ଜାତିକୁ ନେଇ ରାଜନୀତି କରିବା ଭୁଲ ବୋଲି କହିଥିଲେ କଂଗ୍ରେସ ନେତା ଅଜୟ କୁମାର । ଆଉ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ବିଧାନସଭାରେ । ତେବେ କଂଗ୍ରେସ ନେତାଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ପ୍ରତିବାଦ କରି ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗରେ ହୋହାଲ୍ଲା କରିଛନ୍ତି। ସେପଟେ କଂଗ୍ରେସ ବିଧାୟକମାନେ ନିଜ ଦଳର ନେତା ରଖିଥିବା ବୟାନ ଯୁକ୍ତିଯୁକ୍ତ ଦର୍ଶାଇ ଅନୁରୂପ ଭାବେ ଗୃହ ମଧ୍ୟ ଭାଗରେ ହୋହାଲ୍ଲା କରଛନ୍ତି । ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜିରେ ଗୃହକାର୍ଯ୍ୟ ଚାଲିବା ଅସମ୍ଭବ ହୋଇପଡ଼ିତିୁଲା । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି।

Also Read  ଗ୍ୟାଙ୍ଗଷ୍ଟର ଛୋଟା ସକିଲର ୨ ସହଯୋଗୀଙ୍କୁ ଜେଲ ପଠାଇଲେ ଏନଆଇଏ ସ୍ୱତନ୍ତ୍ର ଅଦାଲତ