ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

0
264

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଜୁଲାଇ ୨୦୨୨ ରେ ଉତ୍ତରପ୍ରଦେଶ ଗସ୍ତ କରିବେ ଏବଂ ଜଲାଉନ୍‍ ଜିଲ୍ଲାର ଓରାଇ ତହସିଲ ଅର୍ନ୍ତଗତ କାଇଥେରୀ ଗ୍ରାମରେ ପୂର୍ବାହ୍ନ ପ୍ରାୟ ୧୧.୩୦ ରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିବେ । ସାରା ଦେଶରେ ଯୋଗାଯୋଗ ବୃଦ୍ଧି ପାଇଁ ସରକାର ପ୍ରତିବଦ୍ଧ, ଯାହାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ସଡକ ଭିତ୍ତିଭୂମିରେ ଉନ୍ନତି ଆଣିବା । ଏହି ଦିଗରେ ୨୯ ଫେବୃଆରୀ, ୨୦୨୦ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଥିଲା । ଏକ୍ସପ୍ରେସୱେରେ କାର୍ଯ୍ୟ ୨୮ ମାସ ମଧ୍ୟରେ ଶେଷ ହୋଇଛି ଏବଂ ବର୍ତ୍ତମାନ ଏହା ପ୍ରଧାନମନ୍ତ୍ରୀ ଦ୍ୱାରା ଉଦଘାଟିତ ହେବ ।

Also Read  ଏବେ ନିଃଶ୍ୱାସ ଯାଞ୍ଚରୁ ଚିହ୍ନଟ ହେବ କରୋନା; ୩ ମିନିଟ୍‌ରେ ମିଳିଯିବ ରେଜଲ୍ଟ