ମାଲକାନଗିରିରେ ବନ୍ୟାସ୍ଥିତି ଗମ୍ଭୀର: ମୋଟୁ ଅଞ୍ଚଳ ଜଳମଗ୍ନ, ୫୦୦ ଲୋକଙ୍କୁ ସ୍ଥାନାନ୍ତର

0
1052
flood situation in Malkangiri is serious

ମାଲକାନଗିରି: ଲଗାଣବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ବନ୍ୟାସ୍ଥିତି ଗମ୍ଭୀରଥିବା ଜଣାପଡିଛି । ଗୋଦାବରୀ ନଦୀ ଫୁଲିବା ଯୋଗୁ ମୋଟୁ ଅଞ୍ଚଳ ଜଳମଗ୍ନ ହୋଇଛି। ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନୂଆ ମୋଟୁ ଓ ପୁରଣା ମୋଟୁରେ ବନ୍ୟା ଜଳ ପଶିଯାଇଛି। ପୁରୁଣାମୋଟୁରେ ଥିବା ୩ଟି ଗାଁର ୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି।

ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ନୂଆ ମୋଟୁ ଅଞ୍ଚଳର ୬ରୁ ୭ ଗାଁ ପାଣି ଘେରରେ ରହିଛି। ସେଠାକାର ଲୋକଙ୍କୁ ଦେଶୀ ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଗତକାଲି ମାଲକାନଗିରି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ବନ୍ୟା ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଥିଲେ। ଓଡ୍ରାଫ ଟିମ୍ ଓ ଅଗ୍ନିଶମ କର୍ମଚାର ମୋଟୁ ଅଞ୍ଚଳରେ ପହଞ୍ଚିଛନ୍ତି। ବନ୍ୟା ଜଳ ପ୍ରବେଶ କରିବା ଯୋଗୁ ମାଲକାନଗିରି ଜିଲ୍ଲାରେ ୬ଟି ପଞ୍ଚାୟତ ପ୍ରଭାବିତ ହୋଇଛି। କାଲିମେଳା ବ୍ଲକର ୪ଟି ପଞ୍ଚାୟତ ଓ ପଡ଼ିଆ ବ୍ଲକର ୨ ପଞ୍ଚାୟତ ପ୍ରଭାବିତ ହୋଇଛି। ବନ୍ୟା ଜଳ ପଶିବା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପଶି ଫସଲ ନଷ୍ଟ ହୋଇଯାଇଛି। ଗାଁମାନଙ୍କରେ କଚ୍ଚା ଘର ଗୁଡ଼ିକ ଭାଙ୍ଗିଯାଇଛି। ବନ୍ୟାଜଳରେ ୩୨୬ ନମ୍ବର ଜାତୀୟ ରାଜପଥ ବୁଡ଼ିଯିବା ଫଳରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

Also Read  10 injured & 3 critical after a post-poll violence in kendrapada